ନୂଆପଡା, ନୂଆପଡା ଜିଲ୍ଲାରେ ଆଜି ପୁଅ ଜିଉଁତିଆ ପର୍ବ ବା ଦିତିବାହନ ଓଷା ମହା ସମାରୋହରେ ପାଳିତ ହୋଇ ଯାଇଛି। ବିଭିନ୍ନ ପୂଜା ମଣ୍ଡପ ଓ କ୍ଲବ ଘରେ ପୂଜାର ଆୟୋଜନ କରାଯାଇଥିଲା।ମାଁ ମାନେ ପୁଅ ମାନଙ୍କର ମଙ୍ଗଳ କାମନା କରି ଏହି ଓଷା ପାଳନ କରିଥାନ୍ତି।ପୂଜାରେ ୨୧ ପ୍ରକାର ଫଳ ସହ ଦୂବ ଓ ବିଭିନ୍ନ ପ୍ରକାର ଡାଳ ଲାଗିଥାଏ।ଆଜି ନିର୍ଜଳା ଉପବାସ ରହି ପୂଜା କରିଥିବା ବେଳେ କାଲି ସକାଳୁ ବିଭିନ୍ନ ନଦୀ, ପୋଖରୀରେ ସ୍ନାନ କରି ବାଲୁକା ପୂଜା ସହ ଘରକୁ ଫେରି ପୁଅ ମାନଙ୍କୁ ୧୦୮ ଅକ୍ଷତ ଦୂବରେ ପୁଅ ମାନଙ୍କୁ ଝାଡ଼ିଦେଇ ଜିଉଁତିଆ ପିନ୍ଧାଇବେ।ଏହି ଓଷା ପାଇଁ ଦୁଇ ଦିନ ବଜାର ସବୁ ଭିଡ଼ ରହିବା ସହ ଫଳମୂଳ ଓ ପନିପରିବା ଦର ଆକାଶଛୁଆଁ ରହିଥିଲା।