ଭୁବନେଶ୍ୱର – ଯାଜପୁରର ପିଇଓ ସ୍ମିତାରାଣି ବିଶ୍ୱାଳଙ୍କୁ ବଳାକ୍ରାର କରାଯାଇ ହତ୍ୟା କରାଯିବା ପରେ ମହିଳା କମିଶନ ପ୍ରଥମେ ଚୁପ ରହିବା ଏବଂ ଶାସକ ବିଜେଡି ଦଳର ପ୍ରବକ୍ତା ସାଜି ମିଥ୍ୟା ବୟାନବାଜି କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ଇସ୍ତଫା ଦାବି କରି ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଶତାଧିକ ମହିଳା ରାଜ୍ୟ ମହିଳା କମିଶନ ଅଫିସ ଘେରାଓ କରିଥିଲେ । ଶତାଧିକ ମହିଳା କର୍ମୀ ମହିଳା କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ କାର୍ଯ୍ୟାଳୟ ମଧ୍ୟକୁ ଧଶେଇ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ୍ କର୍ମୀ ଓ ମହିଳା କର୍ମକର୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ୍ କିଛି କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଥିଲା ।
ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତି ପରିଡା ଅଭିଯୋଗ କରିଛନ୍ତି ଯେ ଗତ ୧୯ ତାରିଖରେ ମହିଳା କମିଶନ ଅଧ୍ୟକ୍ଷା ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି କହିବା ସଂପୂର୍ଣ୍ଣ ମିଥ୍ୟା । ଯଦି ମହିଳା କମିଶନ ନିରପେକ୍ଷ ତଦନ୍ତ କରିଛନ୍ତି ବୋଲି କହୁଛନ୍ତି ତେବେ ସେହି ରିପୋର୍ଟକୁ ସେ ସାର୍ବଜନୀନ କରନ୍ତୁ । ମୃତା ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ । ଏଥିସହ ଯାଜପୁର ଏସପି ଯେପରି ଗଣମାଧ୍ୟମ ଆଗରେ ମୃତା ସ୍ମ୍ିତାରାଣୀଙ୍କ ଚରିତ୍ରହନନ କଲେ, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ନିଆଯାଉ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି । ଅନ୍ୟପଟେ ନିଜ ପଦବୀର ମର୍ଯ୍ୟାଦାହାନୀ କରିଥିବା ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ନଦେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି ।
ଏହି ଘେରାଉ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପିଙ୍କି ପ୍ରଧାନ, ବବିତା ପାତ୍ର, ଅନୀତା ଶୁଭଦର୍ଶିନୀ, କାନନବାଳା ପଟ୍ଟନାୟକ, ନିୟତି ଗିରି, ସୋନାଲି ସାହୁ, ସୁବାସିନୀ ପୃଷ୍ଟି, ରଶ୍ମିରେଖା ଦାସ, ମନ୍ଦାକିନୀ ରଥ, ନିରୋଜ ନଳିନୀ ମହାଲ୍ଲିକ, ଯଜ୍ଞସେନୀ ଜେନା, କଳ୍ପନା ପଟ୍ଟନାୟକ, ମନସ୍ମିତା ଖୁଂଟିଆ, ଜ୍ୟୋତି ମହାପାତ୍ର, ରାଜଲକ୍ଷ୍ମୀ ଉପାଧ୍ୟାୟଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ ।