ନୂଆପଡ଼ା, ନୂଆପଡ଼ା ଜିଲ୍ଲାର ପ୍ରମୂଖ ସହର ହେଉଛି ଖଡ଼ିଆଳ ସହର । ୱାଇ ସହରକୁ ନୂଆପଡ଼ା ଜିଲ୍ଲାର ପ୍ରାଣକେନ୍ଦ୍ର କୁହାଯାଏ । ଖଡ଼ିଆଳ ଦେଇ 353 ନମ୍ଵର ଜାତୀୟ ରାଜପଥ ଯାଇଛି । ହେଲେ ଜାତୀୟ ରାଜପଥ ସହିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲରେ ମୁଖ୍ୟ ଫାଟକ ପାଖରେ ଡ୍ରେନ କାମ ବିଳମ୍ବ ଯୋଗୁଁ ଡ୍ରେନରେ ଆସୁଥିବା ମଇଳା ପାଣି ରାସ୍ତା ଉପରେ ବୋହି ଚାଲିଛି । ଦୀର୍ଘ ଦିନ ହେଲା ଡ୍ରେନ କାମ ସରୁ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଜାତୀୟ ରାଜପଥ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଖଡ଼ିଆଳ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।