ମାଲକାନଗିରି, ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ସ୍ୱାଭିମାନ ଅଞ୍ଚଳର ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ଖଜୁରୀଗୁଡା ଗ୍ରାମଟି ଆନ୍ଧ୍ରପ୍ରଦେଶରେ ଯାଉଛି ସେଠାରେ କୌଣସି ମେଡିକାଲ ସୁବିଧା ନାହିଁ । ତେଣୁ ଆନ୍ଧ୍ରପ୍ରଦେଶର ଖଜୁରୀଗୁଡ଼ା ଗ୍ରାମର ଗର୍ଭବତୀ ମହିଳା କୋଟେ ପାଙ୍ଗିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଲୋକମାନେ ଖଟିଆରେ ବୋହି ଯାନବାଇ ମେଡ଼ିକାଲକୁ ଆଣିଥିଲେ । ଓଡ଼ିଶା ଆନ୍ଧ୍ର ସୀମାନ୍ତ ଖଜୁରୀଗୁଡ଼ା ଗ୍ରାମରୁ କୁନିଗୁଡ଼ା ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ବୋହି ଆଣିବାପରେ କୁନିଗୁଡାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । କିନ୍ତୁ, ଆମ୍ବୁଲାନ୍ସଟି ରୁମା ଗ୍ରାମ ପର୍ଯ୍ୟନ୍ତ ଯାଇ ରାସ୍ତା ଖରାପ ଯୋଗୁଁ ଅଟକି ଯାଇଥିଲା । ତେବେ ପୁଣି ଗ୍ରାମବାସୀ ତାଙ୍କୁ ୧୦ କିଲୋମିଟର ବୋହି ଆଣିଥିଲେ । ମେଡିକାଲରେ ସେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ, ଏବେ ଉଭୟ ସୁସ୍ଥ ଥିବା ଜଣାପଡିଛି । ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାପାଇଁ କୁନିଗୁଡା ଗ୍ରାମର ତ୍ରିପତି ଖିଲ ଓ ତାଙ୍କ ସହଯୋଗୀ ମାନେ ସାହାଯ୍ୟ କରିଥିଲେ ।