ଭୁବନେଶ୍ୱର – ରାଜ୍ୟ ସରକାର କୃଷି ଓ କୃଷକଙ୍କର ଉନ୍ନତି ନିମନ୍ତେ ଅନେକ ଯୋଜନା ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ଏହା ଯେପରି ସିଧାସଳଖ ·ଷୀମାନଙ୍କ ନିକଟରେ ପହଂଚି ପାରିବ ସେଥି ନିମନ୍ତେ ଅଧିକ ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ । ରାଜ୍ୟରେ ବିହନର ମୋଟ ଆବଶ୍ୟକତାକୁ ଆକଳନ କରି ·ଷୀମାନଙ୍କର ବିହନର ·ହିଦାକୁ ସଂପୂର୍ଣ୍ଣ ରୂପେ ପୂରଣ ଦିଗରେ ଓଡ଼ିଶା ବିହନ ନିଗମ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ ଆଧାରରେ କାର୍ଯ୍ୟକରି ଓଡ଼ିଶା ବିହନ ନିଗମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଛନ୍ତି ।
ସୋମବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ବିହନ ନିଗମର କାର୍ଯ୍ୟାଳୟକୁ ଅ·ନକ ଗସ୍ତ କରିବା ଅବସରରେ କର୍ମ·ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ ୫”ଟି’ ଆଧାରରେ କାର୍ଯ୍ୟକରି ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ କୃଷିର ବିକାଶରେ ଅଂଶୀଦାର ହେବା ପାଇଁ ପରାମର୍ଶ ଦେଇଥିଲେ । ଲୋକସଂଖ୍ୟାର ଏକ ବୃହତ୍ ଅଂଶ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ଥିବାରୁ ·ଷୀମାନଙ୍କୁ ଠିକ୍ ସମୟରେ ଉନ୍ନତ ମାନର ବିହନ ଯୋଗାଇଦେଇ ଉତ୍ପାଦନ ବୃଦ୍ଧି ନିମନ୍ତେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଆରୋପ କରିଥିଲେ । ·ଷକାର୍ଯ୍ୟରେ ସମୟୋପଯୋଗୀ ଓ ଉନ୍ନତ ମାନର ବିହନ ବ୍ୟବହାର ଉପରେ ·ଷୀମାନଙ୍କୁ ସଚେତନ କରାଇବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ କର୍ମ·ରୀମାନେ ସମୟାନୁବର୍ତୀ ହେବା ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲେ ।