କନ୍ଧମାଳ, ବୁଧବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ରୋଟାରି କ୍ଲବ ଓ ପ୍ରେସ କ୍ଲବ ମିଳିତ ଅନୁକୁଲ୍ୟରେ ମାଗଣା ଡାଏବେଟିସ ପରୀକ୍ଷା କରାଯାଇଥିଲା । ଆଜି କାଲି ଲୋକମାନେ ବିଭିନ୍ନ ସମସ୍ୟା ମଧ୍ୟରେ ରହିବା ଫଳରେ ମାନସିକ ଚାପ ବଢିବା, ତା ସାଙ୍ଗକୁ ଖାଦ୍ୟଶୈଳୀରେ ପରିବର୍ତନ ଯୋଗୁଁ ବ୍ଲଡ଼ ସୁଗାର ବା ରକ୍ତ ସର୍କରା ବଢ଼ୁ ଥିବାରୁ ଲୋକମାନଙ୍କୁ ସଚେତନ କରିବା ସହ ମାଗଣା ପରୀକ୍ଷା କରାଯାଇଥିଲା ।
ଏଥିରେ ରୋଟାରି ସଭାପତି କୁମାର କୁନ୍ଦନ ସିଂ, ସମ୍ପାଦକ ଜୀବନ କୁମାର ସାହୁ, ପୂର୍ବତନ ରୋଟାରି ସଭାପତି ପ୍ରଶାନ୍ତ ପାଣିଗ୍ରାହି, କେ. ଜ୍ଞାନ ଦୋରା, ପ୍ରଶାନ୍ତ ପଣ୍ଡା, ପିଇଓ ପଦ୍ମ ଚରଣ ମହାନ୍ତି, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଉପସଭାପତି ସୁନୀଲ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ହୂରଞ୍ଜନ ସେଠି, କାହ୍ନl ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସହରର ରୋଟାରି ସଦସ୍ୟ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାମ୍ବାଦିକ ପ୍ରମୁଖ ଶହେରୁ ଉର୍ଦ୍ଧ୍ବ ଲୋକଙ୍କ ମାଗଣା ବ୍ଲଡ଼ ସୁଗାର ପରୀକ୍ଷା କରାଯାଇଥିଲା ।