ଭୁବନେଶ୍ୱର, ପିପିଲି ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ହୋଇଛି । ଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଷ
ସେ କହିଛନ୍ତି ଯେ କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ । ମତଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମକ୍ ଡ୍ରିଲ୍ କରାଯାଇଥିଲା ।
ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ପିପିଲି ଉପନିର୍ବାଚନ ପାଇଁ ଆଜି କୋଭିଡ୍ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ପିପିଲି ବ୍ଲକ୍ର ସମୁଦାୟ ୧୯୯ଟି ବୁଥ୍ ଓ ଡେଲାଙ୍ଗ ବ୍ଲକ୍ର ୧୪୯ଟି ବୁଥ୍ରେ ମତଦାନ ଜାରି ରହିଛି । ୧,୧୯,୨୦୬ ଜଣ ପୁରୁଷ ଭୋଟର ଓ ୧,୧୦,୭୯୦ଜଣ ମହିଳା ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏହାବାଦ୍ ୨ ଜଣ ତୃତୀୟ ଲିଙ୍ଗ ଓ ୩୨୧ଜଣ ସର୍ଭିସ୍ ଭୋଟର୍ ମଧ୍ୟ ଭୋଟ୍ ଦେବେ ।