ମାଲକାନଗିରି, ମାଲକାନଗିରି – ଛତିଶଗଡ଼ ସୀମାନ୍ତ ବିଜାପୁରରେ ଘଟିଛି ମାଓ ହିଂସା । ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ୍ ଯବାନ ଗୁରୁତର ହୋଇଛନ୍ତି । ମୋଦକପାଲ୍ ଥାନା ଅନ୍ତର୍ଗତ ହାଲବାପଡ଼ା ଗାଁ ନିକଟରେ ହୋଇଛି ବିସ୍ଫୋରଣ । ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଦୁଇ ଯବାନ ହେଉଛନ୍ତି ବାଲ କିଶାନ ଓ ସୋନିଦୁଲ୍ ଇସଲାମ୍ । ରାସ୍ତା ନିର୍ମାଣ କାମରେ ଯବାନ ମାନେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ବେଳେ ହଠାତ୍ ଏହି ବିସ୍ଫୋରଣ ହୋଇଥିଲା ।