ଭୁବନେଶ୍ୱର, ଓଡ଼ିଶା ହାଇକୋର୍ଟ ପାଇଁ ଚାରି ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବାକୁ ଆସିଥିବା ପ୍ରସ୍ତାବକୁ ସୁପ୍ରିମ୍କୋର୍ଟ କଲେଜିୟମ ମଞ୍ଜୁରୀ ପ୍ରଦାନ କରିଛି । ଏମାନଙ୍କ ମଧ୍ୟରେ ଦୁଇ ଜଣ ଆଡ୍ ଭୋକେଟ୍ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ ଏବଂ ଦୁଇ ଜଣ ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ସାମିଲ ଅଛନ୍ତି । ଗତକାଲି ସୁପ୍ରିମ୍କୋର୍ଟ କଲେଜିୟମ୍ ର ଏକ ବୈଠକ ବସିଥିଲା । ଏହି ବୈଠକରେ ଏହି ଚାରି ଜଣଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା ।
Related Stories
November 23, 2024