ଜାମ୍ମୁ – ଜାମ୍ମୁ-କାଶ୍ମିର ଧାରା ୩୭୦, ୩୫ଏ ର ସମାପ୍ତ ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ ଜାମ୍ମୁକୁ ୩ଦିନ ପ୍ରବାସରେ ଆସିବେ । ସେ ୩୦ ସେପ୍ଟେମ୍ବରରେ ଜାମ୍ମ୍ୁରେ ପହଂଚିବେ ଓ ୧ ଅକ୍ଟୋବରରେ ଜାମ୍ମୁରେ କାର୍ଯ୍ୟରତ ପ୍ରାତଃ ପ୍ରଚାରକ ତଥା ସବୁ ପ୍ରଚାରକ ମାନଙ୍କ ସହିତ ସମିକ୍ଷା ବୈଠକ କରିବେ ଏବଂ ସଂଘ କାର୍ଯ୍ୟ ସମିକ୍ଷା କରିବେ ।
ଏହି ସମୟରେ ମଧ୍ୟ ସଂଘ ସଂଗଠନ ପଦାଦିକାରୀ ମାନଙ୍କ ସହିତ ମଧ୍ୟ ସାକ୍ଷାତ କରିବେ ଓ ବିଭିନ୍ନ କ୍ଷେତ୍ରରେ ସଂଘ ସଂଗଠନର କାର୍ଯ୍ୟ କୁ ତଦାରଖ କରିବେ । ସଂଘ ଓ ଏହାର ସମ୍ବଧିତ ସଂଗଠନ କେଉଁ ପ୍ରକାର. କେତେ ଗତିରେ ଚାଲିଛି ଓ ଜାମ୍ମୁ କାଶ୍ମିର ବଦଳିବା ପରେ ବିକାଶ କେଉଁଭଳି ଭାବରେ ଛାଲିଛି ତାହା ସବୁ ସମୀକ୍ଷା କରିବେ । ତାଙ୍କର ଏହି ପ୍ରବାସ ସମୟରେ ସେ ସାର୍ବଜନିନ ଭାବେଏକ ମାତ୍ର କାର୍ଯ୍ୟ ରଖିଛନ୍ତି ଯେ ଜାମ୍ମୁ ବିଶ୍ୱବିଦ୍ୟାଳୟରେ ଜେନେରାଲ ଜୋରାବର ସିଂ ସଭାଗାରରେ ଠିକ୍ ୪ଟା ବେଳେ ଆରମ୍ଭ ହେବ । ଏହାବାଦ ଆଉ କୌଣସି ବି ସାର୍ବଜନିନ ଭାବେ କାର୍ଯ୍ୟକ୍ରମ ରଖିନାହାନ୍ତି । ଏହିଠାରେ ସାଧାରଣ ଜନତା କାର୍ଯ୍ୟ କ୍ରମରେ ଭାଗ ନେଇ ପାରିବେ । ଏହି ସମୟରେ ସେ ପ୍ରଜା ଆନ୍ଦୋଳନ, ଗୋ ମୁକ୍ତି ଆନ୍ଦୋଳନ, ତଥା ସ୍ୱାଧିନତା ସଂଗ୍ରାମି (ଯେଉଁ ମାନେ ଆଜି ବଂଚିଛନ୍ତି) ମାନଙ୍କ ସହିତ ଭୋଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।