
ଭଦ୍ରକ – ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିହୀନତା ଓ ରକ୍ତହୀନତା ରୋଗର ଶିକାର ହେବାରୁ ରକ୍ଷାକରିବା ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ପୋଷଣମାସ ପାଳନ କରାଯାଉଛି । ଆଦାନୀ ଧାମରା ପୋର୍ଟ ଚତୁଃପାଶ୍ୱର୍ରେ ଥିବା ୮ଟି ଗ୍ରାମପଂଚାୟତରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମାସେ ବ୍ୟାପି ଏହି କାର୍ଯ୍ୟକ୍ରମ ଚାଲିଛି । ସୁପୋଷଣ ପ୍ରକଳ୍ପ ଅଧୀନରେ ଯେଉଁଠାରେ ୫ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଏବଂ କିଶୋରୀ ମାନଙ୍କ ସହିତ ଘନିÂ ଭାବେ କାର୍ଯ୍ୟ କରାଯାଉଥିଲା, ସେଠାରେ କୋଭିଡ୍-୧୯ ନିଦେ୍ର୍ଧଶାବଳୀ ପାଳନ କରି ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଆଇସିଡିଏସ୍ ସହାୟତାରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଓ କିଶୋରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଫୋନ୍ ମାଧ୍ୟମରେ ଓ ହିତାଧିକାରୀଙ୍କୁ ବ୍ୟକ୍ତିଗତ ପରାମର୍ଶ, ମା’ ମାନଙ୍କୁ ସଚେତନ କରାଇବା ପାଇଁ ପୋଷଣ ସଙ୍ଗିନୀ ମାନଙ୍କ ଦ୍ୱାରା ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି, ଖାଦ୍ୟ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ଗୋÂୀସଭା ଆୟୋଜନ, ପୁଷ୍ଟିହୀନତା ସମସ୍ୟାର ସମାଧାନ ପାଇଁ ରୋଷେଇ ବଗିଚା ଉପରେ ସଚେତନତା କରାଯାଉଛି । ସମୁଦାୟ ୪୧ଟି ଗ୍ରାମରେ ୨୫ ଜଣ ସୁପୋଷଣ ସଙ୍ଗିନୀ ମାନଙ୍କ ମାଧ୍ୟମରେ ୮୦୦ ଜଣ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’, ୨୫୦ ଜଣ କିଶୋରୀ ଓ ୫ବର୍ଷରୁ କମ୍ ବୟସର ୪୫୦ ଜଣ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟର ବ୍ୟାଖ୍ୟାନ କରି ସଚେତନତା ସୃଷ୍ଟି କରାଯାଉଛି ।