କୋରାଇ– ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବନ୍ତଳା ଗ୍ରାମର ଯୁବକ ସମ୍ବିତ ସାମଲ ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ସହ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସର୍ମ୍ପକ ସର୍ମ୍ପକ ରଖିଥିଲେ । ଏବେ ଯୁବତୀ ଜଣଙ୍କ ଗର୍ଭବତୀ । ଉଭୟ ପରିବାରେ ଏନେଇ ସବୁ କିଛି ଜାଣିଛନ୍ତି । ଏ ସର୍ମ୍ପକରେ ବିବାହ ପ୍ରତିଶୃତି ଦେଇଥିବା ସମ୍ବିତ ଜାଣିବା ପରେ ବିବାହ ପାଇଁ ମନା କରି ଘରୁ ଫେରାର ହୋଇଯାଇଛି । ଶେଷରେ ନିରୁପାୟ ହୋଇ ଯୁବତୀ ଜଣଙ୍କ ବଡଚଣା ଥାନାର ଆଶ୍ରୟ ନେଇଥିଲେ । ମାତ୍ର ବଡଚଣା ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ପିଡିତା ଏସପି ରାହାୁଲ ପିଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ଏ ଦିଗରେ ତୁରନ୍ତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବା ସହ ପିଡିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଏସପି ପ୍ରତିଶୃତି ଦେଇଛନ୍ତି ।