ପୁରୀ – ଶ୍ରୀକ୍ଷେତ୍ରର ପ‚କୋଶୀ ଅ‚ଳରେ ଅନେକ ଶୈବପୀଠ ରହିଛି । ସେଥିମଧ୍ୟରୁ ଶ୍ରୀକ୍ଷେତ୍ରର ଉତର ଦିଗ ପୁରୀ- କୋଣାର୍କ ରାସ୍ତା ÿନିକଟ ବଡ଼ଗାଁ ନିକଟସ୍ଥ ସମୁଦ୍ର କୂଳେ ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବଙ୍କ ପୀଠ ବିଦ୍ୟମାନ । ଏହି ଶୈବପୀଠର ଇଷ୍ଟ ଦେବତା ବେଲେଶ୍ୱରଙ୍କ ନାମରେ ମନ୍ଦିରଟି ନାମ କରଣ କରଯାଇଛି । ବେଲେଶ୍ୱର ମହାଦେବଙ୍କ ମହିମା ଅତି ମହାନ । ପ୍ରତି ସଂକ୍ରାନ୍ତିରେ ଆଖପାଖ ଗ୍ରାମବାସୀମାନେ ଏହି ପୀଠକୁ ଆସି ପୂଜାର୍ଚ୍ଚନା କରିଥାନ୍ତି । ପୁରୀ -କୋଣାର୍କ ରାସ୍ତାର ନୂଆନଇ ସେତୁ ଦେଇ ବେଲେଶ୍ୱର ପାଟଣା ପରେ ବେଲେଶ୍ୱର ମନ୍ଦିରକୁ ଯିବା ପାଇଁ ସାଇନବୋଡର଼୍ ମରାଯାଇଛି । ରାସ୍ତାର ଡ଼ାହାଣ ପାଶ୍ୱର୍ରେ ଏକ ପିଚୁ ରୋଡ଼ ଲମ୍ବି ଯାଇଛି । ସବୁଜ ବନାନି ପରିବେଶ ମଧ୍ୟରେ ଏହି ପୀଠଟି ଅବସ୍ଥିତ । ଝାଉଁ, କାଜୁ, ପଟାସ, ଆମ୍ବ, ପଣସପୋଲାଙ୍ଗ, ବେଲଗଛ ଓ ବରଗଛ ଲହି ପୀଠର ଶୋଭାବର୍ଦ୍ଧନ କରୁଛି । ନିକଟରେ ବଙ୍ଗୋବସାଗର ଘୁ ଘୁ ଶଦ୍ଧ ଓ ଝାଉଁ ଗଛର ସୁ ସୁ ପବନ ଭକ୍ତର ଭକ୍ତି ଭାବ ସୃଷ୍ଟି କରୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନିକଟରେ ସମୁଦ୍ର ଥିବାରୁ ଭକ୍ତ ଓ ପର୍ଯ୍ୟଟକଙ୍କ ଗହଳି ବର୍ଷସାରା ଲାଗି ରହୁଛି । ମନ୍ଦିରଟି ଶିବ ଆରାଧାନା ପୀଠ ପରି ଛୋଟିଆ ମନ୍ଦିରଟି ନିର୍ମିତ ହୋଇଛି । ମୁଖ୍ୟ ମନ୍ଦିର ଗର୍ଭଗୃହ ଓ ବେଢା ରହିଛି । ଚାରିପଟେ ପାଶ୍ୱର୍ ଦେବାଦେବୀ ବିରାଜମାନ କରିଛନ୍ତି । ବେଲେଶ୍ୱର ମନ୍ଦିର ପୀଠ ସମୁଦ୍ରରେ ଭକ୍ତ ଓ ପର୍ଯ୍ୟଟକ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟଅସ୍ତର ମନୋରମ ଦୃଶ୍ୟ ଦେଖି ଭାବବିହ୍ୱଳ ହୋଇପଡ଼ନ୍ତି । ସମୁଦ୍ରରେ ସ୍ନାନ ମଧ୍ୟ ନିଆର ଅନୁଭୂତି ଆଣିଦିଏ । ପ୍ରାକୃତିକ ପରିବେଶ,ପ୍ରାକୃତିକ ସୌନ୍ଦର୍ଯ୍ୟ, ଅବସର ବିନୋଦନ ଓ ପିକନିକ୍ ପାଇଁ ସୁନ୍ଦର ସ୍ଥାନ ଅଟେ । ପ୍ରଭୃ ବେଲେଶ୍ୱରଙ୍କ ମୁଖ୍ୟ ପର୍ବ ମଧ୍ୟରେ ମହାଶିବରାତ୍ରୀ ବା ଯାଗାର ଯାତ୍ରା ଅନ୍ୟତମ । ଏହି ଦିନ ଆଖପାଖ ପ୍ରାୟ ୫୦ଟି ଗ୍ରାମରୁ ଭକ୍ତମାନେ ଦୀପ ଜାଳି ପ୍ରଭୁଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଚାହିଁ ରହିଥାନ୍ତି । ଜୟ ଜୟ ବେଲେଶ୍ୱର ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠେ ଯାଗରପଦା ଅଂଚଳ । ଶ୍ରାବଣ ସୋମବାରରେ ହଜାର ହଜାର ବୋଲବମ ଭକ୍ତ ପ୍ରଭୁଙ୍କୁ ଜଳଲାଗି କରିଥାନ୍ତି । ଏହାସହ ମାଘ ସପ୍ତମୀ, ପୁଷ ଓ ମାଘ ମାସର ପ୍ରତି ସୋମବାରରେ ଭକ୍ତମାନଙ୍କ ଗହଳି ପୀଠର ମାହାତ୍ମ୍ୟକୁ ଦିଗୁଣିତ କରିଥାଏ । ଶୀତଳଷÂୀ ପର୍ବରେ ହରପାର୍ବତୀଙ୍କ ବିହାହ ଉତ୍ସବ ବଡ଼ ଧୂମଧାମରେ ପାଳିତ ହୁଏ । ମନ୍ଦିର ମୂଖ୍ୟ ପୂଜକ ନଟବର ମହାପାତ୍ର ,ଓ ସମ୍ପାଦକ ଅଜୟ ଦୀକ୍ଷିତ ମନ୍ଦିର ପୂଜାର୍ଚ୍ଚନା ଓ ନୀତିକାନ୍ତି କରିଥାନ୍ତି । ଭୋର ୫ଟାରୁ ଦ୍ୱାରଫିଟା ଯାଇ ସ୍ନାନ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁÂିତ ହୋଇଥାଏ । ସକାଳ ୮ଟାରେ ପହିଲି ଭୋଗରେ ପ‚ବର୍ଣ୍ଣ ଖେଚେଡ଼ି ପ୍ରସାଦ ଅର୍ପଣ କରାଯାଇଥାଏ । ମଧ୍ୟାହ୍ନରେ ଅନ୍ନ, ଡ଼ାଲାମା , ପୋଟଳ, ଶାଗ, ପନିର, ଖିରୀ ଭୋଗ ହୋଇଥାଏ । ଦିବା ପହୁଡ଼ ମଧ୍ୟାହ୍ନ ୨ଟାରୁ ୩ଟା ମଧ୍ୟରେ ଅନୁÂିତ ହୋଇଥାଏ । ୩ଟାରେ ପହୁଡ଼ ଫିଟିବା ପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁÂିତ ହୋଇଥାଏ । ପରେ ପରେ ସଂଧ୍ୟା ଆଳତି, ବଡ଼ସିଂହାର ବେଶ ହୋଇଥାଏ । ରାତି ୯ଟାରେ ଦହି ପଖାଳ ଭୋଗ ହୋଇ ପହୁଡ଼ ପଡ଼ିଥାଏ । ମନ୍ଦିର ପୂଜାର୍ଚ୍ଚନା ପାଇଁ ୫ଜଣ ବ୍ରାହ୍ମଣ ସେବକ ଓ ୧୨ ଜଣ ମାହାପାତ୍ର ସେବକ ପ୍ରଭୁଙ୍କ ପୂଜାର୍ଚ୍ଚନାରେ ନିୟୋଜିତ ହୋଇଛନ୍ତି । ମନ୍ଦିର ପାଶ୍ୱର୍ ଦେବାଦେବୀ ମଧ୍ୟରେ ନାରାୟଣ, ଇନ୍ଦ୍ର ମହାରାଜା, ଶ୍ରୀଗଣେଶ, କାର୍ତିକେୟଶ୍ୱର, ମା ପାର୍ବତୀ, ଯମ ମହାରାଜ, ବୃଷଭ, ନନ୍ଦୀ, ଭୃଙ୍ଗୀ ଓ ନବଗ୍ରହ ରହିଛନ୍ତି ସେଠାରେ ଯାତ୍ରୀମାନଙ୍କ ପାଇଁ ଯାତ୍ରୀଘର, ପ୍ରଭୁଙ୍କ ଭଣ୍ଡାର ଘର, ମଣ୍ଡପ, ଭଅଣ୍ଡ ଘର, ରୋଷଗର ସହ କୁଅ ଓ ଟୁ୍ୟବଲ ସେଠରେ ରହିଛି । ପଢୁଆଁ ଅଷ୍ଟମୀରେ ଶ୍ରୀମନ୍ଦିର ରୁ ମାମୁଁ ଘର ହିସାବରେ ବେଲେଶ୍ୱର ପୀଠକୁ ପଢୁଆଁ ଭାର ଯାଇଥାଏ । ପୀଠର ମନସ୍କାମନା ପାଇଁ ସେଠାରେ ଥିବା ବଟବୃକ୍ଷରେ ମାନସିକ ଗୋଡ଼ି ବାନ୍ଧି ଥାନ୍ତି ମନସ୍କାମନା ପୂର୍ଣ୍ଡ ହେବା ପରେ ଭକ୍ତମାନେ ଆସି ବେଲେଶ୍ୱର ମହାଦେବଙ୍କୁ ଜଳାଶାୟୀ ସହ ଭୋଗରାଗ କରି ପ୍ରସାଦ ସେବନ କରିଥାନ୍ତି । ବହୁକାଳ ପୂର୍ବରୁ ସେଠାରେ ବେଲବୃକ୍ଷର ବଣ ଥିବାରୁ ଏବଂ ମହାଦେବ ସେହି ସ୍ଥାନରେ ପ୍ରକଟ ହେବାରୁ ତାଙ୍କ ନାମ ବେଲେଶ୍ୱର ହୋଇଥିବା କଥିତ ଅଛି । ପ୍ରଭୁଙ୍କ ମହିମା ଯୋଗୁଁ ଏହିି ମନୋରାମ ସ୍ଥାନକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତ ପୀଠକୁ ଆସିଥାନ୍ତି ।
Related Stories
November 23, 2024