କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ସ୍ଥାୟୀ ନିଯୁକ୍ତି ଦାବୀରେ ନିଖିଳ ଓଡ଼ିଶା ଆୟୁଷ ଡାକ୍ତର ସଂଘ, ପୁରୀ ଶାଖା ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଙ୍ଗଳବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଂଘର କର୍ମକର୍ତ୍ତାଙ୍କ ଆରୋପ ଅନୁସାରେ ପୁରୀ ଜିଲ୍ଲାରେ ୫୪
ଜଣଙ୍କ ସମେତ ଓଡ଼ିଶାରେ ୧୧୫୫ ଜଣ ଆୟୁଷ୍ଠ ଡାକ୍ତର ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦୦୭ ମସିହାରୁ କାର୍ଯ୍ୟରତ ଅଛନ୍ତି । ଦୀର୍ଘ ୧୪ ବର୍ଷ ଧରି
ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅଧୀନରେ ଚୁକ୍ତିଭିତିରେ କାର୍ଯ୍ୟ କରୁଥିଲେବି, ଏହି ଡାକ୍ତରମାନଙ୍କୁ ଅଦ୍ୟାବଧି ନିୟମିତ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସଂଘର
କର୍ମକର୍ତାମାନେ କହିଛନ୍ତି । ଗତ ୨୦୧୯ ମସିହା ନିର୍ବାଚନ ପୂର୍ବରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ପାରାମେଡିକାଲ କର୍ମଚାରୀମାନଙ୍କୁ ନିୟମିତ ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଆୟୁଷ ଡାକ୍ତରଙ୍କୁ କେବଳ
ଆଶ୍ବାସନାରେ ସନ୍ତୁଷ୍ଟ କରାଯାଇଥିଲା । ଏ ସଂକ୍ରାନ୍ତରେ ଅନ୍ୟ ରାଜ୍ୟ ମାନଙ୍କର ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରାଯାଇଥିଲେ ମଧ୍ୟ ଆମ୍ଭ ରାଜ୍ୟରେ ଏହା ଲାଗୁ ନହେବା
ଦୁର୍ଭାଗ୍ୟ ଜନକ ଅଟେ । ଏ ନେଇ ରାଜ୍ୟ ସଂଘ ଆହ୍ବାନକ୍ରମେ ଗତ ୧୫ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ଦାବୀ ପୂରଣ ନେଇ ସରକାର ଉଚିତ୍ ପଦକ୍ଷେପ ନନେଲେ, ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ସମଗ୍ର ରାଜ୍ୟରେ ଆୟୁଷ ଡାକ୍ତରମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ ପାଇଁ ଓହ୍ଲାଇବେ । ଏହି ସମୟରେ କେବଳ ଆୟୁସ୍ ଓ.ପି.ଡି.
କରି ରୋଗୀ ଚିକିତ୍ସା କରିବେ । ମାତ୍ର ସାଧାରଣ ବହିର୍ବିଭାଗ ଅନ୍ତଃବିଭାଗ, ଟୀକାକରଣ, ବିଭିନ୍ନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ କୋଭିଡ୍ ଅନ୍ତର୍ଗତ କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ଜିଲ୍ଲା ସଂଘର ସଭାପତି ଡ. ବଲ୍ଲଭ ଭଡ଼ ସୂଚନା ଦେଇଛନ୍ତି । ଏ ସମୟରେ ସଂଘର ଉପସଭାପତି, ଡଃ ମହେଶ ପ୍ରସାଦ ମହାପାତ୍ର,ସମ୍ପାଦକ, ଡଃ ତପନ୍ ଜୋତି ଆଚାର୍ଯ୍ୟ, ସହ ସମ୍ପାଦକ, ଡ. ଜୟଶ୍ରୀ ଖୁଣ୍ଟିଆ,
କୋଷାଧ୍ୟକ୍ଷ, ଡଃ. ରାମ ପ୍ରସାଦ ଷଡ଼ଙ୍ଗୀ ଓ ଡଃ. ସୌମ୍ୟକାନ୍ତ ପଣ୍ଡା ଉପସ୍ଥିତ ଥିଲେ ।
Related Stories
November 22, 2024