
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ବଡଦାଣ୍ଡ ମରିଚିକଟ ଛକ ନିକଟରେ ଥିବା ପୁରୀ ସେଵା ସମିତି ପରିସରରେ ଶ୍ରୀପତି ସ୍ମୁତି ସଂସଦ ତରଫରୁ ନବେ ଦଶକ ର ବିଶିଷ୍ଟ ଛାତ୍ର ନେତା,କୁଶଳୀ ସଙ୍ଘଠକ ପୂର୍ବତନ କଟକ ଖ୍ରୀଷ୍ଟ କଲେଜ ର ଛାତ୍ର ସଂସଦ ସଭାପତି ତଥା ପୁରୀଜିଲ୍ଲା ABVPର ସଂଘଠନ ସମ୍ପାଦକ ଶ୍ରୀପତି ଜେନା ଙ୍କ28ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ରାଜ୍ୟକାର୍ଯ୍ୟକାରିଣୀ ସଦ୍ୟସ ରାଜକିଶୋର ସାହୁ ଉପସ୍ଥିତ ରହି ଆଜିର ବିଦ୍ୟାର୍ଥୀ ଦେଶ ପାଇଁ ସମର୍ପିତ ହେବାପାଇଁ ଆହ୍ୱାନ ଦେଇଥିଲେ |
ସଚି ନନ୍ଦନ ଦାଶ ସଭା ରେ ସଭାପତିତ୍ୱ କରି କହିଥିଲେ ଯେ ଆଗାମୀ ଯୁବ ପୀଢ଼ି ସମାଜ କାର୍ଯ୍ୟ କରିବା ସହିତ ବିବେକାନନ୍ଦ ଙ୍କ ଆଦର୍ଶକୁ ନିଜ ଜୀବନ ରେ ପ୍ରତିପାଦିତ କରିବା । ଆଜିର ABVP କାର୍ଯ୍ୟକର୍ତା ଙ୍କ ପାଇଁ ଶ୍ରୀପତି ଭାଇଙ୍କ ଜୀବନ କଥା ମଧ୍ୟଉଲ୍ଲେଖ କରିଥିଲେ। ABVP ର ନଗର ସଭାପତି ସନ୍ତୋଷ ସା ମହୋଦୟ ଛାତ୍ର ମାନେ ଜ୍ଞାନ ଚରିତ୍ର ଏକତା କୁ ଜୀବନର ଵ୍ରତ ରୂପେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ | ବିଶ୍ଵନାଥ ପଣ୍ଡା, ପ୍ରଶାନ୍ତ କୁମାର ଭୂୟାଁ, ରବି ପଟ୍ଟନାୟକ, ରୋଜାଲିନ ମିଶ୍ର, ଅଧ୍ୟକ୍ଷା ରଙ୍ଗଳତା ସାହୁ,ମହାବୀର ସାହୁ, ବିକ୍ରମ ମିଶ୍ର, ଉପେନ୍ଦ୍ର ବିଶୋଇ, ଦେବାଶିଷ ଶତପଥୀ, ତାରା ପ୍ରସାଦ ଦାଶ, ମନୋଜ କୁମାର ଅଗ୍ରୱାଲ,ବିଚିତ୍ର ରଂଜନ ସାହୁ,ଅଶୋକ କୁମାର ଦାଶ,ବିଜୟ କୁମାର ପଟ୍ଟନାୟକ, ମହାବୀର ରୁଦ୍ର ନାରାୟଣ ସାହୁ, କୃଷ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଶେଷରେ ସ୍ମୁତି ସଂସଦ ର ଆବାହକ ସୌମେନ୍ଦ୍ର କୁମାର ଦାସ ଶ୍ରୀପତି ଭାଇଙ୍କ ସହ କଟାଇ ଥିବା ବିଶେଷ ମୁହୂର୍ତ୍ତବିଷୟ ଉପସ୍ଥାପନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶେଷରେ ପଣ୍ଡିତ ଜଗନ୍ନାଥ ଷଡ଼ଙ୍ଗୀ ବେଦ ପାଠ, ଶାନ୍ତି ପାଠ ମନ୍ତ୍ର ଉଚ୍ଚାରଣ କରିଥିଲେ ।