
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ମଙ୍ଗଳବାର ଅପରାହ୍ନରେ କଟକ ସର୍କିଟ୍ ହାଉସ ଠାରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ଭେଟି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଗ୍ରାମପଞ୍ଚାୟତର ସେବା ସମବାୟ ସମିତିର ଚାଷୀମାନଙ୍କ ମଣ୍ଡିରୁ ଧାନ ଉଠାଇବା ସମ୍ପର୍କରେ ଆଲୋଚନା କରିଛନ୍ତି।