ଭୁବନ– ଭୁବନ ପୋଲିସକୁ ବଡ ସଫଳତା ମିଳିଛି । ଛତିଶଗଡ ରାଜ୍ୟ ରାୟଗଡରୁ ଜଗତସିଂହପୁରକୁ ୨୪.୮୭୦ ଟନ ଲୁହାଛଡ ନେଇ ଆସୁଥିବା ଟ୍ରକ କୁ ଭୁବନ ପୋଲିସ କଁସରଗୋଡା ରୁ ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ଅପରାହ୍ନରେ କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେଓ ଭୁବନଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘଟଣାର ପର୍ଦ୍ଧାଫାସ କରିଛନ୍ତି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଗତ ୨୧ ତାରିଖ ଦିନ ଓଡି୦୫ଏଚ-୨୭୪୫ ନମ୍ବର ବିଶିଷ୍ଟ ଟ୍ରକ ଛତିଶଗଡ ରାଜ୍ୟ ରାୟଗଡର ଏକ କମ୍ପାନୀରୁ ୨୪.୮୭୦ ଟନ ଲୁହାଛଡ ବୋଝେଇ କରି ଜଗତସିଂହପୁର ଅଚଳକୁ ଆସିଥିଲା । ଏହି ଟ୍ରକଟି ୨୩ ତାରିଖରେ ପହଁଚିବା କଥା । କିନ୍ତୁ ଟ୍ରକ ନପହଁଚିବାରୁ ସଂପୃକ୍ତ ଟ୍ରାନ୍ସପୋର୍ଟ କମ୍ପାନୀର ସନେ୍ଦହ ହୋଇଥିଲା ଓ ସେ ଭୁବନ ପର୍ଯ୍ୟନ୍ତ ଆସି ଖୋଳତାଡ କରିଥିଲେ । ୨୬ ତାରିଖ ସଂଧ୍ୟାରେ ଡବ୍ଲୁ୍ୟବି୭୬ଏ-୯୫୭୨ ନମ୍ବର ବିଶିଷ୍ଟ ଟ୍ରକଟି ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଗୋଡା ଛକରୁ ଓଡିଶ ରାସ୍ତାରେ ଯିବାରୁ ସନେ୍ଦହ ସୁଦୃଢ ହୋଇଥିଲା ।ସ୍ଥାନୀୟ ଅଂଚଳର କିଛି ଯୁବକଙ୍କ ଠାରୁ ଟ୍ରକର ଗତିବିଧି ସଂପର୍କରେ ବୁଝାସୁଝା କରିବା ପରେ ଟ୍ରାନ୍ସପୋର୍ଟ ମାଲିକ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ର ସମୀର ଶର୍ମା ଏ ସଂପର୍କରେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ଓଆର୦୪ଏନ-୩୯୪୫ ଓ ଡବ୍ଲୁ୍ୟବି୭୬ଏ-୯୫୭୨ ନମ୍ବର ବିଶିଷ୍ଟ ୨ଟି ଟ୍ରକକୁ କଁସରଗୋଡା କାଜୁ ଜଙ୍ଗଲରୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଏହି ଚୋରୀ ଘଟଣାର ମାଷ୍ଟରମାଇଣ୍ଡ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମର ଶ୍ରୀବତ୍ସ କୁମାର ସାହୁ ଙ୍କ ପୁଅ ଭାଲୁଆ ଓରଫ ପ୍ରଦୀପ କୁମାର ସାହୁ(୩୯) (ଯେ କି ଏବେ ମଠଖୋକସା ଗ୍ରାମରେ ରହୁଛନ୍ତି) ଙ୍କ ସମେତ ଭୁବନ ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମର ଅନ୍ତର୍ଯ୍ୟାମୀ ପରିଡାଙ୍କ ପୁଅ ଅଜିତ କୁମାର ପରିଡା(୨୮), କଁସରଗୋଡା ଗ୍ରାମର ୰ଖଗେଶ୍ୱର ସାହୁଙ୍କ ପୁଅ ସୁବାସ ସାହୁ (୩୯) ଓ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା କଣ୍ଡିଆହାଟ ଚାରୁପଡା ଗ୍ରାମର ଶରତ ଜେନାଙ୍କ ପୁଅ ଚନ୍ଦ୍ରମଣି ଜେନା(୪୩)ଙ୍କୁ ଗିରଫ କରି କେଶ ନଂ-୪୦୫/୨୦୨୧ ଦଫା ୪୨୦,୪୬୭,୪୭୧,୪୦୬ରେ ମାମଲା ରୁଜ୍ଜୁକରି କୋର୍ଟଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ସମୁଦାୟ ୧୯ ଟନ ଲୁହାଛଡ ଉଦ୍ଧାର କରାଯାଇଥିବା ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଭାଲୁଆ ଓରଫ ପ୍ରଦୀପ କୁମାର ସାହୁ ମନ୍ଦାର ଗ୍ରାମର ପ୍ରଦୀପ କୁମାର ବେହେରାଙ୍କ ପନôୀ ଆରତୀ ରାଉତଙ୍କ ନାମରେ ଥିବା ଓଆର୦୪ଏନ-୩୯୪୫ ନମ୍ବର ବିଶିଷ୍ଟ ଗାଡିରେ ଲୁହାଛଡ ଲୋଡ କରି ଓଡି୦୫ଏଚ-୨୭୪୫ ନମ୍ବର ବିଶିଷ୍ଟ ଗାଡିର ନକଲି ଆରସି ବୁକ ଓ ଡିଏଲ କାଗଜପତ୍ର ଦେଇ ୨୪ ଟନ ଲୁହାଛଡ ବିକ୍ରି କରିଦେବାର ଯୋଜନା କରିଥିଲା ବୋଲି ଏସଡିପିଓ ରଂଜନ କୁମାର ଦେଓ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ଥିଲେ ।