ଭୁବନେଶ୍ୱର,ଥାନାରେ ବିସ୍ଫୋରଣକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ ଏ ନେଇ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ସେ କହିଛନ୍ତି ଯେ ପିପିଲିବାସୀ ସୁରକ୍ଷିତ ଅଛନ୍ତି ତ? ଲୋକ ଓ ବୁଥ୍ ସୁରକ୍ଷିତ ଅଛନ୍ତି ତ? ଯଦି ପିପିଲିରେ ରକ୍ଷକ ସୁରକ୍ଷିତ ନୁହନ୍ତି ସେମାନେ ସାଧାରଣ ଲୋକଙ୍କୁ ରକ୍ଷା କେମିତି କରିବେ? ଥାନା ଭିତରେ ବାଣ ଥିଲା ନା ଆଉ କିଛି ଥିଲା ? ବାହାରୁ ବିସ୍ଫୋରଣ ହେଲା ନା ଭିତରୁ ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।