
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସାରାଦେଶରେ ସେପ୍ଟେମ୍ବର 25 ପଣ୍ଡିତ ଦୀନଦୟାଲ ଜୀ ଙ୍କ ଜୟନ୍ତୀ ରୁ ଅକ୍ଟୋବର2 ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ୱଦେଶୀ ପାଳନ ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ପ୍ରାଧ୍ୟାପକ ଅଦ୍ୱୈତ କୁମାର ଧଳ
ଦିନଦୟାୟଲଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ | ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍ବଦେଶୀ ଜାଗରଣ ମଞ୍ଚ ର ରାଜ୍ୟ ସଙ୍ଘର୍ଷ ବାହିନୀ ପ୍ରମୁଖ ସଚି ନନ୍ଦନ ଦାଶ ଦୀନ ଦୟାଲ ଙ୍କ ଜୀବନ ଦର୍ଶନ ଓ ରାଷ୍ଟ୍ରୀୟ ପୁନରନିର୍ମାଣ ,ଅନ୍ତଦୟ ଉପରେ ଗଭୀର ଭାବରେ ଆଲୋଚନା କରି କହିଥିଲେ ଆମେ ସମସ୍ତେ ଇଂରାଜୀ ଜୀବନ ଶୈଳୀ ପରିତ୍ୟାଗ କରି ସ୍ବଦେଶୀ ବ୍ୟବହାର କୁ ଗୁରୁତ୍ୱ ଦେବା।ଯେପର୍ଯ୍ୟନ୍ତ ଦେଶର ଅନ୍ତିମ ବ୍ୟକ୍ତି ର ବିକାଶ ହୋଇନାହିଁ ସେପର୍ଯ୍ୟନ୍ତ ରାଷ୍ଟ୍ରର ବିକାଶ ଅସମ୍ଭବ |
ଆଜି ଦିନରେ ଦିନଦୟାଲଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ତାଙ୍କର ମୃତ୍ୟୁ ରହସ୍ୟ ଉନ୍ମୋଚନ କେନ୍ଦ୍ର ସରକାର କରିବେ ।କାର୍ଯ୍ୟକ୍ରମ ରେ ସଂଯୋଜକ ମନୋଜ କୁମାର ଅଗ୍ରୱାଲ ସଂଯୋଜନା କରିଥିବା ବେଳେ ଉପେନ୍ଦ୍ର ବିଶୋଇ, ଅଶୋକ କୁମାର ଦାଶ, ଜଗନ୍ନାଥ କୁଣ୍ଡୁ, ସସ୍ମିତା ରଥ, ଦେବାଶିଷ ଶତପଥୀ, ତାରାପ୍ରସାଦ ଦାଶ, ଅଜୟ କୁମାର ଦାଶ, ସନ୍ତୋଷ କୁମାର ନନ୍ଦ, ପୂର୍ଣ୍ଣ ଚନ୍ଦ୍ର ମିଶ୍ର, କମଳ ରଥ, ଅଶୋକ ମହାପାତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଶେଷରେ ବିଚିତ୍ର ରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |