ଭୁବନେଶ୍ୱର, ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ପଡ଼ି ନ ପାରେ ବୋଲି ସମ୍ଭାବନା ବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ବର୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବା । ବର୍ତମାନ ଟ୍ରେଣ୍ଡ ଅନୁଯାୟୀ ଆମେ ଭଲ ସ୍ଥିତିରେ ରହିଥିବା ସେ ପ୍ରକାଶ କରିଛନ୍ତି ।
ସେ ସୂଚନା ଦେଇ କହିଛନ୍ତି ଯେ ସେରୋସର୍ଭେ ରିପୋର୍ଟ ବହୁତ ଭଲ ଆସିଛି । ରିପୋର୍ଟ ଅନୁଯାୟୀ ସମସ୍ତ ବର୍ଗର ଲୋକମାନଙ୍କର ଆଂଟିିବଡି ଭଲ ରହିଛି । ସ୍ୱାସ୍ଥ୍ୟ କର୍ମୀ ମାନଙ୍କର ୯୩ ପ୍ରତିଶତ,ସାଧାରଣ ଲୋକଙ୍କର ୭୩ ପ୍ରତିଶତ, ଏହା ବାଦ ଯୁବବର୍ଗ, ବୟସ୍କ ଏବଂ ଶିଶୁମାନଙ୍କର ଯାହା ଆଂଟିିବଡି ରହିଛି, ତାହା ଆମ ପାଇଁ ବହୁତ ଭଲ ରହିଛି । ଟିକା ନେଇଥିବା ଲୋକଙ୍କର ବି ଏଥିରେ ଭଲ ଆଂଟିିବଡି ରହୁଥିବା ଜଣାପଡ଼ିଛି ।
ସେ ଆହୁରି କହିଛନ୍ତି ଯେ ଏହି ସର୍ଭେରୁ ମିଳିଥିବା ତଥ୍ୟରୁ ଆମେ ଜାଣି ପାରିଲୁ ଯେ ଆମର ସମସ୍ତଙ୍କ ଦେହରେ ଆଂଟିିବଡି ହେଲାଣି,ଟିକାକରଣ ପ୍ରକ୍ରିୟା କାମ କରୁଛି ଓ କୋଭିସିଲିଡ ଏବଂ କୋଭାକସିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ଏହା ବାଦ୍ ଗ୍ରାମାଂଚଳରେ ବି ଭଲ ଆଂଟିବଡି ବିକଶିତ ହୋଇଛି । ଯାହା ଏବେ ସଂକ୍ରମଣର ସ୍ଥିତି ରହିଛି ତାହା ନିୟନ୍ତ୍ରଣାଧୀନ ରହିଛି । ମାତ୍ର ଏହାପରେ ବି ଆମେ ଖାମଖିଆଲ ହେବାନି । ଆଗକୁ ପାର୍ବଣ ଋତୁ ଆସୁଛି । ସାମାଜିକ ଦୂରତା ଓ କଟକଣା ମାନିବାକୁ ହେବ । ତୃତୀୟ ଲହର ଯେତେ ଯାହା କୁହାଯାଉଥିଲା ସେମିତି ବର୍ତମାନ ସୁଦ୍ଧା ନାହିଁ । ଆମେ ଭଲ ସ୍ଥିତିରେ ରହିବା ଉଚିତ ବୋଲି ସେ କହିଛନ୍ତି ।