
ସମ୍ବଲପୁର, ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଛି । ପୂର୍ବରୁ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଗତକାଲି ୪ଟି ଓ ଆଜି ସକାଳେ ଅବଶିଷ୍ଟ ୨ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରିଦିଆଯାଇଛି ।
ହସ୍ତଗତ ହୋଇଥିବା ଶେଷ ସୂଚନା ଅନୁଯାୟୀ, ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳ ସ୍ତର ୬୨୯.୪୩ ଫୁଟ୍ ରହିଛି । ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୪ ହଜାର ୭୩୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨୩ ହଜାର ୯୦୮ ଘନଫୁଟ ଜଳ ନିଷ୍କାସନ ହେଉଛି ।ସୂଚନା ଯୋଗ୍ୟ, ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବା ଦୃଷ୍ଟିରୁ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ୍ ଗେଟ୍ ଗୁଡିକ ଖୋଲାଯାଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିଲା । ତେବେ ବର୍ତମାନ ସମସ୍ତ ସ୍ଲୁଇସ୍ ଗେଟ୍ ବନ୍ଦ ରଖାଯାଇଛି ।