ପୁରୀ ସହରର ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପରମ୍ପରା ଅନୁଯାୟୀ ପିତୃପକ୍ଷ ଅବସରରେ ସୁନ୍ଦରକାଣ୍ଡ ପାଠ କରାଯାଇଛି |
ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ ସୁନ୍ଦରକାଣ୍ଡ ପାଠ କରି କିଭଳି ସାରା ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ଓ ବିଶ୍ୱବାସୀଙ୍କ କଲ୍ୟାଣ ଏବଂ ଗୋମାତା ଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା ସହିତ ପୂଜା କରିଥିଲେ |
ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟ ଜାଲନା ସହରର ଅନ୍ତରାଷ୍ଟ୍ରୀୟ ରାମାୟଣ ଓ ଭାଗବତ କଥା ପ୍ରବଚକ ବ୍ୟାସ ତଥା ଜାଲନା ଶ୍ରୀରାମ ମନ୍ଦିର ମହନ୍ତ ଶ୍ରୀ ମନୋଜ ଜୀ ମହାରାଜ ଏବଂ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ମିଳିତ ଭାବେ ସଙ୍ଗୀତମୟ ସୁନ୍ଦରକାଣ୍ଡ ପାଠ କରିଥିଲେ |
ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ ସୁନ୍ଦରକାଣ୍ଡ ପାଠ କରି କିଭଳି ସାରା ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ଓ ବିଶ୍ୱବାସୀଙ୍କ କଲ୍ୟାଣ ଏବଂ ଗୋମାତା ଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିଥିଲେ |
ଏହି ପୂଜା କାର୍ଯ୍ୟରେ ଅତିଥି ଭାବେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ ପ୍ରତିହାରୀ, ଡାକ୍ତର ଅଶୋକ ଚୌଧୁରୀ( ନିୟୁ ଦିଲ୍ଲୀ), ଇଞ୍ଜିନୟର ଉମାକାନ୍ତ ପାଣି ଏବଂ ଭାରତ କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ |ନିଜାମବାଦର ବଙ୍କ ପରିବାର,ମହାରାଷ୍ଟ୍ର ରୁ ବକ୍କଡ଼ ପରିବାର, ମୁମ୍ବାଇରୁ ଭଣ୍ଡାରୀ ପରିବାର, ହାଇଦ୍ରାବାଦରୁ ଭକ୍କଡ଼ ପରିବାର,କର୍ଣ୍ଣାଟକ ରାଇଚୁର ରୁ ଝୱାର ପରିବାର ଏବଂ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ |
ଏଥି ସହିତ ଟ୍ରଷ୍ଟ ତରଫରୁ ସର୍ବସାଧାରଣ ଉଦେଶ୍ୟରେ ଶୁଦ୍ଧ ଥଣ୍ଡା ପାନୀୟ ଜଳ ନିମନ୍ତେ ୫୦ ଲିଟର କ୍ଷମତା ବିଶିଷ୍ଟ aquaguard ମନୋଜ ମହାରାଜ, ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ଏବଂ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା |