ଭୁବନେଶ୍ୱର – ଆଲୋକର ପର୍ବ ଦୀପାବଳିକୁ ଏକ ନିଆରା ଢଙ୍ଗରେ ପାଳନ କରିଛି ରୋଟାରାକ୍ଟ କ୍ଲବ ଭୁବନେଶ୍ୱର ରୟାଲ । ସଂଗଠନର ସଦସ୍ୟମାନେ ଭୁବନେଶ୍ୱରର ବିଭିନ୍ନ ଜାଗାକୁ ଯାଇ ସଫା କରୁଥିବା ସଫେଇ କର୍ମଚାରୀଙ୍କୁ ଭେଟି ସେମାନଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଶୀତ ଦିନରେ ବ୍ୟବହାର ପାଇଁ ଏକ କମ୍ବଳ ଉପହାର ଦେଇଥିଲେ ।
ସମସ୍ତେ ଦୀପାବଳି ଦିନ ମଉଜ ମସ୍ତିରେ ଦୀପାବଳି ପାଳିଲା ପରେ ବାଣର ଅବଶିଷ୍ଟାଂଶ ବାହାରେ ପଡିରହେ । ଏହାକୁ ତା ପରଦିନ ସକାଳୁ ସଫେଇ କର୍ମଚାରୀ ମାନେ ସଫା କରି ଆମ ପରିବେଶକୁ ସଫା ରଖିଥାନ୍ତି । ସେମାନଙ୍କର ଏହି ପ୍ରଚେଷ୍ଟା ପାଇଁ ରୋଟାରାକ୍ଟ କ୍ଲବ ସେମାନଙ୍କୁ ଧନ୍ୟବାଦ ଜଣାଇଛି । ଏହି ପ୍ରୟାସରେ ସେମାନଙ୍କ ମୁହଁରେ ଯେଉଁ ହସ ଖେଳିଯାଇଥିଲା ତାହା ଆମକୁ ବହୁତ ପ୍ରଭାବିତ କରିଥିଲା ବୋଲି ସଂଗଠନର ସମ୍ପାଦକ ଶୁବାଶିଷ ପଣ୍ଡା କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ବଳରାମ ଜେନା, ରାକେଶ ସାମଲ, ଋତୁପୁର୍ଣ୍ଣା ଶତପଥି, ସସ୍ମିତା ଜେନା, ସୈଫୁଉଲା, ନାହିଦ ଏବଂ ଡା ସତ୍ୟବ୍ରତ କର ପ୍ରମୁଖ ଆୟୋଜନ କରିଥିଲେ । ଏଥିରେ ଡା ଲିପସା ପ୍ରିୟଦର୍ଶନୀ, ରୋଟାରିଆନ୍ ଧର୍ମେନ୍ଦ୍ର ବେହେରା, ସ୍ମୃତିରଂଜନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।