
ଭୁବନେଶ୍ୱର, ବାତ୍ୟା ଗୁଲାବ ପାଇଁ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ରେଡ୍ ୱାର୍ନିଂ ଜାରି କରାଯାଇଥିବା ବେଳେ ଏହି ଜିଲ୍ଲା ଗୁଡିକର ପୌର କର୍ମଚାରୀଙ୍କ ଛୁଟି ବାତିଲ୍ କରି ଦିଆ ଯାଇଛି। ଏହି ଜିଲ୍ଲା ଗୁଡିକ ହେଲା – ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମଞ୍ଜୁର ହୋଇଥିବା ଛୁଟିକୁ ବାତିଲ୍ କରି ଦିଆଯାଇଥିବା ନେଇ ମଧ୍ୟ ସୂଚନା ରହିଛି ।