ଭୁବନେଶ୍ୱର,ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ମୁଣ୍ଡଳୀ ବ୍ୟାରେଜରେ ନିଖୋଜ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଗତ ଦିନ ମାନଙ୍କରେ କର୍ମ କ୍ଷେତ୍ରରେ ସେ କରିଥିବା ଦୁଃସାହାସିକ ଓ ଅବିସ୍ମରଣୀୟ କାର୍ଯ୍ୟ ଏବଂ ନିଜର ଉତ୍ସର୍ଗ ମନୋଭାବ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱର୍ଗତ ସୀତାରାମଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।
Related Stories
November 27, 2024