
ପଟ୍ଟାମୁଣ୍ଡାଇ , ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ସେବା ସମର୍ପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୫ ତାରିଖ ଠାରୁ ଆସନ୍ତା ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ପଟ୍ଟାମୁଣ୍ଡାଇ ଭାଜପା ନଗର ସଭାପତି ବିଶ୍ୱରଞନ ପାତ୍ରଙ୍କ ପୌରହିତ୍ୟରେ ସ୍ଥାନୀୟ ଆମ୍ବେଦ କର ଭବନ ଠାରେ ଅନୁଷ୍ଠିତ ଜନ୍ମ ଜୟନ୍ତୀ ଉତ୍ସବରେ କେନ୍ଦ୍ରାପଡାର ବରିଷ୍ଠ ବିଜେପିନେତା ନୃସିଂହ ପ୍ରସାଦ ପତ୍ରି ମୁଖ୍ୟଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ତ୍ୟାଗପୂତ ଜୀବନ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଉପସଭାପତି ଆଡଭୋକେଟ ସଞୟ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସୋଭମ ଆଚାର୍ଯ୍ୟ, ପଟ୍ଟାମୁଣ୍ଡାଇ ନଗର ସଂପାଦକ ରବିନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସେବା ସମର୍ପଣ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗର ସଭାପତି ପଦ୍ମନାଭ ପଣ୍ଡା, ସଂଖ୍ୟାଲଘୁ ସେଲ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏସ.କେ ମେହେରୁଲ୍ଲା, ଜିଲ୍ଲା ସଂଖ୍ୟାଲଘୁ ସେଲ ସଂପାଦକ ଖଲିଦ ଅହମ୍ମଦ, ଏସ.କେ ବାବୁ, ଅଶୋକ ଗିରି, ଅଜୟ ଦାସ, ପ୍ରମୋଦ ପରିଡା, ନିମାଇଁ ଚରଣ ପଣ୍ଡା, ବିଘ୍ନେଶ ମଲିକ, ବସନ୍ତ ଚୌଧୁରୀ, ନବୀନ ଭୁୟାଁ, ସନ୍ତୋଷ ମଲିକ, ଗୋଲକ ମଲିକ, ସୁଧାଂଶୁ ଜେନା, ବିଦ୍ୟାଧର ମଲିକ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ଉତମ ମଲିକ ଧନ୍ୟବାଦ ଦେଇଥିଲେ ।