
ସେପ୍ଟେମ୍ବର ୨୫ ତାରିଖ ବିଶ୍ୱ ଫାର୍ମାସିଷ୍ଟ ଦିବସ। ସାରା ବିଶ୍ୱରେ ଫାର୍ମାସିଷ୍ଟ ମାନଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଏ। ଓଡ଼ିଶାର ଅନ୍ୟତମ ପୁରାତନ ଫାର୍ମାସି ଶିକ୍ଷାନୁଷ୍ଠାନ ଆ ଇ ଏମ ଟି ଫାର୍ମାସି କଲେଜ |ପୁରୀ ତରଫରୁ ଆଜି ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ୧୭ଜଣ କର୍ତ୍ତବ୍ୟ ରତ ଫାର୍ମାସିଷ୍ଟ ଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ର ନିର୍ଦେଶକ ମନୋଜ ରଥ ସ୍ୱାସ୍ଥ୍ୟ ସେବା ରେ ଫାର୍ମାସିଷ୍ଟ ମାନଙ୍କ ନିଃସ୍ୱାର୍ଥପର ସେବା ଓ କର୍ତ୍ତବ୍ୟ ପରାୟଣତା ସେମାନଙ୍କୁ ଲୋକପ୍ରିୟ କରିପାରିଛି ବୋଲି କହିଥିଲେ।ଅନୁଷ୍ଠାନ ର ପ୍ରିନିସିପାଲ ଡ଼ଃ ଅଗ୍ନିମିତ୍ର ଦିଣ୍ଡା , ଭାଇସି ପ୍ରିନ୍ସିପାଲ ଦେବାଶିଷ ମିଶ୍ର , ବିଭାଗ ମୁଖ୍ୟ ସମୀର ପାତ୍ର, ଅଧ୍ୟାପକ ଦେବଦତ୍ତ ସାହୁ, ଅଧ୍ୟାପକ କମଳାକାନ୍ତ ଆଚାର୍ଯ୍ୟ, ଅଧ୍ୟାପିକା ଶୁଭଶ୍ରୀ ସିଂହ ପ୍ରମୁଖ ଫାର୍ମାସିଷ୍ଟ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।