-
ଓଡ୍ରାଫ ଜବାନଙ୍କ ମୃତ ଦେହ ମିଳିଲା ବୋଲି ପୂର୍ବରୁ ଟ୍ୱିଟ କରିଥିଲେ ଏସଆରସି
ଭୁବନେଶ୍ୱର, ମୁଣ୍ଡଳୀ ବ୍ୟାରେଜ ନିକଟରେ ହାତୀକୁ ଉଦ୍ଧାର କରିବାକୁ ଗତକାଲି ଯାଇ ଡଙ୍ଗା ବୁଡିବା ପରେ ନିଖୋଜ ଥିବା ଓଡ୍ରାଫ୍ ଯବାନଙ୍କର ମୃତଦେହ ମିଳିଥିବା ନେଇ ସୂଚନା ଦେବା ପରେ ତାଙ୍କର ମୃତ ଦେହ ମିଳି ନ ଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।
ସେ ଟ୍ୱିଟ କରି କହିଛନ୍ତି ଯେ , ମୋ କାର୍ଯ୍ୟାଳୟରୁ ପ୍ରାପ୍ତ ନିଖୋଜ ଓଡ୍ରାଫ୍ର ବ୍ୟକ୍ତିଙ୍କ ବିଷୟରେ ଉପରୋକ୍ତ ସୂଚନା ମୁଁ ଭୁଲ୍ ମନେ କରୁଛି । ଗୋଟିଏ କ୍ଷୟପ୍ରାପ୍ତ ଶରୀର ମିଳିଛି ଯାହା ପରିବାର ଦ୍ୱାରା ଚିହ୍ନଟ ହୁଏ ନାହିଁ । କିନ୍ତୁ ଶ୍ରୀ ମୁର୍ମୁଙ୍କ ଶରୀର ଏପର୍ଯ୍ୟନ୍ତ ମିଳିନାହିଁ । ଆଗରୁ ଏଭଳି ଭୁଲ ସୂଚନା ପ୍ରଦାନ କରାଯାଇଥିବାରୁ ମୁଁ ଗଭୀର ଦୁଃଖିତ ।’
ଉଲ୍ଲେଖନୀୟ ଯେ ଏହା ପୂର୍ବରୁ ଶ୍ରୀ ଜେନା ଟ୍ୱିଟ କରି କହିଥିଲେ ଯେ , ‘ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁ ଜଣେ ବିଶେଷଜ୍ଞ ଡାଇଭର ତଥା ସନ୍ତରଣକାରୀଙ୍କର ଦୁର୍ଭାଗ୍ୟଜନକ ଡଙ୍ଗା ଦୁର୍ଘଟଣାରେ ନିଖୋଜ ଥିଲେ । ଧବଳେଶ୍ୱର ନିକଟରେ ମୃତଦେହ ମିଳିଛି । ଏନେଇ ମୁଁ ଦୁଃଖିତ । ‘
ଉଲ୍ଲେଖନୀୟ ଯେ ଅପରେସନ ଗଜରାଜ ରେ ଗତକାଲି ଏକ ବୋଟ୍ ରେ ଅପରେସନ ଆରମ୍ଭ ହୋଇଥିଲା । ଯେଉଁଥିରେ ଓଡ୍ରାଫ୍ ଟିମ୍ ର ୬ ଜଣ ରହିଥିଲେ । ସେଥିମଧ୍ୟରୁ ଜଣେ ନିଖୋଜ ରହିଥିଲେ । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।