ଭୁବନେଶ୍ବର , ରାଜ୍ୟରେ ସ୍କୁଲ ଖୋଲିବା ନେଇ ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ନିଆଯାଇନାହିଁ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ଦାଶ କହିଛନ୍ତି ଯେ ପୂଜା ସାରିବା ପରେ ସ୍କୁଲ ଖୋଲିବା ନେଇ ଆଲୋଚନା ହେବ । ସରକାର ବିଦ୍ୟାଳୟ ଖୋଲିବା ଉପରେ ଯେବେ ଯାହା ନିଷ୍ପତ୍ତି ନେବେ ଗଣମାଧ୍ୟମକୁ ଜଣାଇଦିଆଯିବ ସେ କହିଛନ୍ତି ଯେ ଏକାଦଶ ଶ୍ରେଣୀ ଖୋଲିବା ନେଇ ମନ୍ତ୍ରୀ କହିଛନ୍ତି ପ୍ରଥମ ପର୍ୟ୍ୟାୟ ନାମଲେଖା ଶେଷ ହୋଇଛି। ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ସରିବା ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ।