
ଭବାନୀପାଟଣା, ଆଜିଠୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସ୍କୁଲ କମିଟି, ସଭ୍ୟ ସଭ୍ୟାଙ୍କ ସହଯୋଗ ତାଲିମ୍ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ । ଏହି କ୍ରମରେ ଗୁରୁଜୁଙ୍ଗ ସରକାରୀ ହାଇସ୍କୁଲରେ ଆୟୋଜିତ ତାଲିମ ଶିବିରରେ ଗୁରଜୁଙ୍ଗ ସରପଞ୍ଚ ଶ୍ରୀମତୀ ରୀନା ସାହୁ, ଏ. ବି. ଓ. ଜୟରାମ ମାଝୀ, ସି.ଆର.ସି. ସିମାଞ୍ଚଳ ସାହୁ, ପ୍ରଧାନ ଶିକ୍ଷକ ଗୋରେଖ ସାହୁ, ଲମ୍ବୋଦର ପ୍ରଧାନ, ଅଙ୍ଗନୱାଡି କର୍ମୀ ଅଶୋକା ମଞ୍ଜରୀ ନାଏକ ଓ ସଭ୍ୟ ସଭ୍ୟା, ସମାଜସେବି ତଥା ସ୍କୁଲ ସଭାପତି ଗୁଣ ସାଗର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହି ତାଲିମ୍ ର ପ୍ରମୁଖ ବିଷୟ, ଶିକ୍ଷାକୁ ଘରେ ଘରେ ପହଞ୍ଚାଇବା, ଗ୍ରାମର ବିଭିନ୍ନ ସ୍ଥାନ ମଣ୍ଡପ, ଟୁଙ୍ଗି ଘରେ ଶିକ୍ଷକ ମାନେ ଯାଇ ଅଭ୍ୟାସ ପାଠ ପଢାଇବେ, ମାର୍ଗ ଦର୍ଶନ ଦେବା, ଏକତ୍ରିତ ବସାଇ ପାଠ ପଢାଇବା, ଶିକ୍ଷାର ବାତାବରଣ ସୃଷ୍ଟି କରିବା, ଅଭିଭାବକ ଛାତ୍ର ଶିକ୍ଷକ ସଂଯୋଗରେ ଶିକ୍ଷାର ପ୍ରଗତିରେ ସମସ୍ତଙ୍କ ସହଯୋଗ କରିବାର ଆବଶ୍ୟକତା ରହିଛି ଏବଂ ଅଫ୍ ଲାଇନରେ ସିଧା ଟିଭି ମାଧ୍ୟମ ରେ 11-3ଘଣ୍ଟା ମଧ୍ୟରେ ପଢ଼ି ପାରିବାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା ।