
ସମ୍ବଲପୁର, ବେଆଇନ ଭାବେ ବନ୍ଧୁକ ରଖିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ । ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ବାସୁପାଲ୍ଲୀ ଗ୍ରାମର ଜନୈକ ବ୍ୟକ୍ତି ବେଆଇନ ଭାବେ ବନ୍ଧୁକ ରଖିଥିବା ନେଇ ସୁରାକ୍ ପାଇବା ପରେ ପୋଲିସ ଅଚାନକ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ସେଠାରୁ ଏକ ଦେଶୀ ବନ୍ଧୁକ ଜବତ କରିଥିଲା । ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାରେ ଯୁଯୁମରା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।