
-
ରକ୍ତ ଯୋଗାଣ ନାମରେ ବ୍ୟାପକ ଅର୍ଥ କାରବାର, ୨ ଗିରଫ
ସମ୍ବଲପୁର, ପଶ୍ଚିମ ଓଡ଼ିଶାର ପ୍ରମୁଖ ଡ଼ାକ୍ତରଖାନା ଭୀମସାରକୁ ଚିକିତ୍ସା ପାଇଁ ସମ୍ବଲପୁର ସମେତ ଆଖପାଖ ଜିଲ୍ଲା ଓ ପୋଡ଼ାଶୀ ରାଜ୍ୟର ରୋଗୀ ମାନେ ଆସୁଥିବା ବେଳେ ସେମାନଙ୍କୁ ଚିକିତ୍ସାଜନିତ ସହାୟତା ଯୋଗାଇବା ଆଳରେ କେତେକ ଦଲାଲ୍ ବେଶ୍ ସକ୍ରିୟ ରହିଛନ୍ତି । ବିଶେଷ କରି ରୋଗୀଙ୍କୁ ରକ୍ତ ଯୋଗାଇବାକୁ କହି ବ୍ୟାପକ ଅର୍ଥ କାରବାର ହେଉଛି । ଗତକାଲି ପୋଲିସ ସମାନ ଘଟଣାରେ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଦୁଇ ଜଣଙ୍କୁ ବୁର୍ଲା ପୋଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ଧମା ଥାନା ଅନ୍ତର୍ଗତ ପଦୁଆପାଲ୍ଲୀ ଗ୍ରାମର ମଧୁସ୍ମିତା ମିର୍ଧା ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଧରପଗଡ଼କୁ ଜୋରଦାର କରିଥିଲା । ପ୍ରଥମେ ବରଗଡ଼ ଜିଲ୍ଲାର କ୍ଷୀରସିଦ୍ଧୁ ପ୍ରଧାନକୁ ଗିରଫ କରିଥିଲା । ଅଭିଯୁକ୍ତ ଜଣକ ଫେସବୁକ୍ ଆକାଉଂଟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅର୍ଥ ମାଗୁଥିବା ଜଣାପଡୁଛି । ତେବେ ପୋଲିସ ରକ୍ତ ଯୋଗାଣକୁ ନେଇ ହେଉଥିବା ଦଲାଲିକୁ ରୋକିବା ଦିଗରେ ବ୍ୟାପକ ଧରପଗଡ଼ ଆରମ୍ଭ କରିଛି ।