
ବେଲଗୁଣ୍ଠା, ବୁଧବାର ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟରେ ଏକ ଭତ୍ତା ଏବଂ ୠଣ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ 415 ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରିଥିବା ବେଳେ 64 ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ଅଣଚାଶ ଲକ୍ଷ ପନ୍ଦର ହଜାର ଟଙ୍କାର ଋଣ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରଶାନ୍ତ ନାୟକ, ବ୍ଳକ୍ ଉପାଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ମଲ୍ଲ, ଜିଲ୍ଳା ପରିଷଦ ସଭ୍ୟ ଅମିତ୍ ନାୟକ, ସମନ୍ୱିତ ମହିଳା ଏବଂ ଶିଶୁ ବିକାଶ ଅଧିକାରୀଣି ଏବଂ ଅଙ୍ଗନୱାଡ଼ି ସୁପରଭାଇଜର ଉପସ୍ଥିତ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ବ୍ୟାଙ୍କ ର ଶାଖା ପରିଚାଳକ ଏବଂ ବେଲଗୁଣ୍ଠା ବ୍ଲକ୍ ର କର୍ମଚାରୀ ମାନେ ଉପସ୍ଥିତରହି ୠଣ ବଣ୍ଟନରେ ସହଯୋଗ କରିଥିଲେ I