ନୂଆପଡ଼ା, ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଜାମଗାଁ ମହିମା ବଜାର ପଡିଆରେ ଆଦିବାସୀ କନ୍ଧ ସମାଜ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ନୂତନ କର୍ମକର୍ତ୍ତା ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସର୍ବ ପ୍ରଥମେ ପୂର୍ବତନ ଜିଲ୍ଲା ସଭାପତି ସ୍ୱର୍ଗତ ତ୍ରିଲୋଚନ ଭୋଇଙ୍କର ଆତ୍ମର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଗଲା l ଏହାପରେ ଜିଲ୍ଲା କନ୍ଧ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଗଲା l ବୈଠକରେ ସଭାପତି ଭାବେ ଧନିରାମ ଭୋଇ, ଉପସଭାପତି ଭାବରେ କ୍ଷୀରଧର ଭୋଇ , ସମ୍ପାଦକ ଭାବେ ଭୁବନେଶ୍ୱର ଭୋଇ , ସହ ସମ୍ପାଦକ ଭାବେ ମଙ୍ଗଳ ସିଂ ଭୋଇ, କୋଷାଧକ୍ଷ ଭାବେ ସୁଦର୍ଶନ ଭୋଇଙ୍କୁ ମନୋନୀତ କରାଯାଇଥିଲା । ଏହି ସଭା ମୁଖ୍ୟ ଅତିଥି ଭାବରେ କେନ୍ଦ୍ରୀୟ କମିଟି ସଭାପତି ଚିନ୍ତାମଣି ଭୋଇ, ମୁଖ୍ୟବକ୍ତା ଭାବରେ ପ୍ରକାଶ ମାଝୀ, ଦୁର୍ଜନ ମାଝୀ କେନ୍ଦ୍ରୀୟ କମିଟି ସହ ସମ୍ପାଦକ, ଲିଙ୍ଗରାଜ ଭୋଇ ଜିଲ୍ଲା କାନ୍ଧ ସମାଜ ସମ୍ପାଦକ କଳାହାଣ୍ଡି, ଅଜିତ ଭୋଇ ଶିକ୍ଷକ, କନ୍ଧ ସମାଜର ଗବେଷଣା, ଅନୁସନ୍ଧାନ କାରୀ,ଚିତ୍ର ମାଝୀ ସମ୍ପାଦକ ରାମପୁର ବ୍ଲକ,ନିରଞ୍ଜନ ଭୋଇ ନୂଆପଡା ପୂର୍ବତନ ସଭାପତି, ମଙ୍ଗଳ ସିଂ ଭୋଇ ଶିକ୍ଷକ ସାଲେକେଲା, ଯଦୁମଣି ଭୋଇ ଶିକ୍ଷକ ଜାମଗାଁ, ସୁଦର୍ଶନ ଭୋଇ ପ୍ରମୂଖ ଉପସ୍ଥିତ ଥିଲେ ।