
ନୂଆପଡ଼ା, ନୂଆପଡ଼ା ଜିଲା ସିନାପାଲି ସହର ନିବାସୀ ଡାକ୍ତର ବିକାଶ ରଞ୍ଜନ ମେହେରଙ୍କ ଲିଖିତ ଉପନ୍ୟାସ ”ଇଟରନାଲ ଏନଚାଂଟେଡ଼” ପାଠକ ତଥା ଯୁବଗୋଷ୍ଠୀଙ୍କ ମହଳରେ ବେଶ ପ୍ରଶଂସନୀୟ ହୋଇପାରିଛି। ବର୍ତମାନ ଉକ୍ତ ସ୍ୱରଚିତ ଉପନ୍ୟାସକୁ ଶ୍ରୀମେହେର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସାକ୍ଷାତ କରି ଉପହାର ସ୍ୱରୂପ ପ୍ରଦାନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ଉକ୍ତ ଉପନ୍ୟାସର ବିଷୟ ବସ୍ତୁକୁ ନେଇ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି। ଡାକ୍ତର ମେହେର ଏହି ଉପନ୍ୟାସ ରେ ଡାକ୍ତରୀ ଛାତ୍ରର କ୍ୟାମ୍ପସ ଜୀବନି ଓ ପରବର୍ତ୍ତୀ କର୍ମମୟ ଜୀବନରେ କାଳ୍ପନିକ ଘଟଣାବଳିର ନିଚ୍ଛକ ବର୍ଣ୍ଣନା କରିଛନ୍ତି। ବିଭିନ୍ନ ମହଲରୁ ଶ୍ରୀମେହେର ଙ୍କୁ ଶୁଭେଛାର ସୁଅ ଛୁଟୁଛି। ଶ୍ରୀମେହେର ବର୍ତମାନ ଏମସ୍ ଭୁବନେଶ୍ବର ରେ ବରିଷ୍ଠ ଡାକ୍ତର ତଥା ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି। ସେ ସିନାପାଲି ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ରାଜନେତା ବୈଷମ୍ପାୟନ ମେହେର ଙ୍କ ଜୈଷ୍ଠ ପୁତ୍ର ତଥା ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ଜ୍ୱାଇଁ ଅଟନ୍ତି ।