ଭୁୁବନେଶ୍ୱର,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଯାଇ ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ସେ ଏଠାକୁ ଆସି ୁଁ ବହୁତ ଖୁସି । ଏହି କାର୍ଡ ନୂଆ ରୂପରେ କାର୍ଯ୍ୟକାରୀ କରୁଛି । ୯୬ ଲକ୍ଷ ପରିବାର ଏହା ପାଇବେ । ବଲାଙ୍ଗୀର ଜିଲ୍ଲାର ସାଢ଼େ ୪ ଲକ୍ଷ ଓ ରାଜ୍ୟର ସାଢ଼େ ୩ କୋଟି ଏହି କାର୍ଡ ପାଇବେ । ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ପାଇପାରିବେ ।
ସେ କହିଛନ୍ତି ଯେ ଏହି ସେବା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଚିକିତ୍ସା ପାଇଁ ଲୋକ ମାନେ ହଇରାଣ ହୁଅନ୍ତି । ଏହି ଦୁଃଖ ଦୂର କରିବାରେ ଏହି କାର୍ଡ ସାହାଯ୍ୟ କରିବ । ସଂଚୟ କରିଥିବା ଟଙ୍କା ପରିବାରର ବିକାଶ ଓ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିପାରିବେ । ପ୍ରତି ଜୀବନ ତାଙ୍କ ପାଇଁ ମୂଲ୍ୟବାନ । ସେ ଚାହାନ୍ତି ସମସ୍ତେ ସୁସ୍ଥ ରୁହନ୍ତୁୁ ବୋଲି ସେ କହିଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ ସ୍ୱାସ୍ଥ୍ୟ ହେଉ କି ଚାଷୀଙ୍କ ପାଇଁ କାଳିଆ ଯୋଜନା, ଦେଶରେ ଆଗ ସେ କାମ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳ କାହାକୁ ଅନୁସରଣ କରେ ନାହିଁ ।