
ପୁରୀ ,ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପୁରୀ ସହରର ସାରଦା ଦେବୀ ରୋଡ଼ ସ୍ଥିତ ସାରଦା ଗାର୍ଡେନ ପରିସରରେ ଶ୍ରୀମଦ ଭାଗବତ କଥା ଉଦଘାଟିତ ହୋଇଛି |ପିତୃପକ୍ଷ ଅବସରରେ ୨୧ ସେପ୍ଟେମ୍ବର ମଙ୍ଗଳବାର ଠାରୁ ୨୭ ସେପ୍ଟେମ୍ବର ସୋମବାର ପର୍ଯ୍ୟନ୍ତ ସପ୍ତ ଦିବଶୀୟ ଶ୍ରୀମଦ ଭାଗବତ କଥା ଅନୁଷ୍ଠିତ ହେବ |ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ପରିଚାଳନା କରୁଛନ୍ତି |ଆଜି ଦିବା ୧୦ ଘଂଟିକା ସମୟରେ ଏକ ଶୋଭାଯାତ୍ରାରେ ସାରଦା ଗାର୍ଡେନରୁ ବାହାରି ଶ୍ରାଦ୍ଧଳୁ ମାନେ ସଂକଳ୍ପ ପୂର୍ବକ ମହୋଦଧିରୁ କଳସରେ ଜଳ ଆଣିଵା ସହିତ ଶ୍ରୀମଦ ଭାଗବତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ |ଏହା ପରେ ଭାଗବତ କଥା ଆରମ୍ଭ ହୋଇଥିଲା
|ଅନ୍ତରାଷ୍ଟ୍ରୀୟ ରାମାୟଣ ତଥା ଶ୍ରୀମଦ ଭାଗବତ କଥା ବ୍ୟାସ ମହାରାଷ୍ଟ୍ର ରାଜ୍ୟ ଜାଲନା ସହରର ପଣ୍ଡିତ ମନୋଜ ଗୌଡ଼ ଜୀ ମହାରାଜ ସଙ୍ଗୀତ ମୟ ଭାଗବତ କଥା ଶୁଣେଇଥିଲେ |ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଓ ଟ୍ରଷ୍ଟର ସଭାପତି ଭାଗିରଥି ପୂଜାପଣ୍ଡା ପ୍ରମୁଖ ମଞ୍ଚାସିନ ଥିବାବେଳେ ଦେଶର କୋଣ ଅନୁକୋଣରୁ ଅନେକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ |
