ଇନ୍ଦୋର,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର ସଂଘଚାଳକ ଡା. ମୋହନ ଭାଗତ ମଙ୍ଗଳବାର ଦିନ ଠାରୁ ଦୁଇ ଦିନ ଇନ୍ଦୋରରେ ରହିବେ । ସେ ଏଠାରେ ସାମଜଜନଙ୍କ ସହ ସାକ୍ଷାତ କରିବା ଉଦ୍ଦେଶ୍ୟରେ ଇନ୍ଦୋରରେ ଦୁଇ ଦିବସୀୟ ରହଣି ପାଇଁ ଆସୁଛନ୍ତି ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ସଂଘଚାଳକ ଡା. ପ୍ରକାଶ ଶାସ୍ତ୍ରୀ ଶନିବାର ଦିନ ଏହାର ସୂଚନା ଦେଇ କହିଛନ୍ତି ଯେ ସର ସଂଘଚାଳକ ଡା. ମୋହନ ଭାଗବତ ୨୧ ଏବଂ ୨୨ ସେପ୍ଟେମ୍ବର ଦିନ ଇନ୍ଦୋରରେ ରହିବେ । ସେ ଏଠାରେ ବନ୍ଧୁ, ଭଉଣୀ, ପ୍ରବୃଦ୍ଧଜନ, ଶିକ୍ଷାବିତ୍ ଏବଂ ଯୁବ ଉଦ୍ୟମିଙ୍କ ସହ ସାକ୍ଷାତ ଏବଂ ଚର୍ଚ୍ଚା କରିବେ । ସେ କହିଛନ୍ତି ଯେ, ଡା. ଭାଗବତ କରୋନା ଗାଇଡଲାଇନ୍ କାରଣରୁ ଇନ୍ଦୋରର ଦୁଇଦିନିଆ ଗସ୍ତ ସମୟରେ କୌଣସି ବଡ଼ ବୈଠକ କରିବେନି ବା କୌଣସି ସାର୍ବଜନିକ କାର୍ଯ୍ୟରେ ସାମିଲ ହେବେନି ।