ବରଗଡ, ଟୋକିଓ ପାରା ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ପ୍ରମୋଦ ଭଗତ ମଙ୍ଗଳବାର ନିଜ ଜନ୍ମମାଟି ବରଗଡ଼ ଜିଲ୍ଲା ଅତାବିରାରେ ପହଂଚିବା ପରେ ସେଠାରେ ତାଙ୍କର ଭବ୍ୟ ସ୍ୱାଗତ କରା ଯାଇଛି । ଏଠାରେ ହଜାର ହଜାର ଜନତା ତାଙ୍କୁ ସ୍ୱାଗତ କରିଛନ୍ତି ।
ଅଲମ୍ପିକ ପଦକ ଜିତିବା ପରେ ଅତାବିରାକୁ ତାଙ୍କ ପ୍ରଥମ ଗସ୍ତ ହୋଇଥିବା ବେଳେ ପ୍ରମୋଦଙ୍କୁ ଫୁଲରେ ସୁସଜ୍ଜିତ ରଥରେ ବସାଇ ଏକ ବିଶାଳ ବାଇକ ରାଲିରେ ଅତାବିରାକୁ ପାଛୋଟି ଅଣା ଯାଇଥିଲା । ଗୋଡ଼ଭଗାରୁ ଲାଦରପାଲି ରାମଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ୧୦ କିମି ରାସ୍ତାରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ରାସ୍ତା କଡ଼ରେ ବିଭିନ୍ନ ଗ୍ରାମର ଲୋକମାନେ ତାଙ୍କୁ ସ୍ୱାଗତ କରିଛନ୍ତି ।