ଭୁବନେଶ୍ୱର, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବିଦ୍ୟୁତ୍ ବିଭାଗର ଆସିଷ୍ଟାଂଟ ଇଂଜିନିୟର ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ଥିତ ବାସଭବନ ସମେତ ମୋଟ ପାଂଚଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରା ଯାଇଛି । ଭିଜିଲାନ୍ସ ପକ୍ଷରୁ ଦିଆ ଯାଇଥିବା ତଥ୍ୟ ଅନୁସାରେ ଆଜି ସକାଳେ ଭିଜିଲାନ୍ସର ପାଂଚଟି ଟିମ୍ ଚଢ଼ାଉ କରିଛି । ମିଟର ରିଡିଂ ବିଭାଗରଏସଡିଓ ଅଛନ୍ତି ମହେଶ୍ୱର ସେଠୀ ।
୨ଡିଏସପି ଓ ୫ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ମାନେ ଚଢ଼ାଉରେ ସାମିଲ ଅଛନ୍ତି । ତାଙ୍କ ସଂପତିର ମୂଲ୍ୟ କେତେ ହେବ, ତାର ଆକଳନ ଆରମ୍ଭ ହୋଇଛି ।