
ପଟ୍ଟାମୁଣ୍ଡାଇ, ମହିଳାଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ନିର୍ଯାତନା ଦେବାର ଭିଡ଼ିଓ ଭାଇରାଲ୍ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଚଂଳ ଅନ୍ତର୍ଗତ ବେଲତଳ ଗ୍ରାମରେ ଘଟିଯାଇଥିବା ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କ ମୁହଁରେ କଳା ବୋଳିବା ସହ ଗାଁ ଦାଣ୍ଡରେ ତାଙ୍କୁ ଲଣ୍ଡା କରି ବୁଲାଇଥିଲେ କିଛି ମହିଳା । କେତେକ ଲୋକଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ମହିଳାଙ୍କୁ ଏଭଳି ନିର୍ଯାତନା ଦିଆଯାଇଥିବା କୁହାଯାଉଛି । ତେବେ ଏ ସମ୍ପର୍କିତ ଭିଡ଼ିଓ ଭାଇରାଲ୍ ହେବା ପରେ ଏବେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଛି । ପଟ୍ଟାମୁଣ୍ଡାଇ ପୋଲିସ ଘଟଣାର ତଦନ୍ତ କରୁଛି ।