-
ମଞ୍ଜୁଳାଙ୍କୁ ଆସନ୍ତାକାଲି ଏସସିବିରୁ ଡିସଚାର୍ଜ କରାଯିବ
କଟକ, ସାପ କାମୁଡ଼ାରେ ଗୁରୁତର ହୋଇ ଏସସିବି ମେଡ଼ିକାଲରେ ଚିକିତ୍ସାଧିନ ଥିବା ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳର ନାବାଳିକା ମଞ୍ଜୁଳା ଏବେ ସୁସ୍ଥ ହୋଇଛନ୍ତି । ମଞ୍ଜୁଳାଙ୍କୁ ଆସନ୍ତାକାଲି ଏସସିବିରୁ ଡିସଚାର୍ଜ କରାଯିବା ନେଇ ସୂଚନା ମିଳିଛି । ଏପରିକି ମଞ୍ଜୁଳାଙ୍କ ହାତରେ ହୋଇଥିବା ପ୍ଲାଷ୍ଟିକ୍ ସର୍ଜରୀ ସଫଳ ହୋଇଥିବା ସୂଚନା ଦେଇଛନ୍ତି ଏସସିବି ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ନାୟକ । ପ୍ରକାଶ ଥାଉ କି, ଜୁଲାଇ ୧୪ ତାରିଖରୁ ମଞ୍ଜୁଳାଙ୍କୁ ଆଣି ଏସସିବିରେ ଚିକିତ୍ସା କରାଯାଉଥିଲା । ସାପ ବିଷ ଓ ବିଳମ୍ବିତ ଚିକିତ୍ସା ନେଇ ମଞ୍ଜୁଳାଙ୍କ ହାତ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।