-
ଜଳିଗଲା ସ୍କୁଟି, ସାଇକେଲ୍ ଓ ଆସବାବପତ୍ର
ଗଞ୍ଜାମ, ଆଜି ସକାଳେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଶ୍ରୀରାମ ନଗର ପ୍ରଥମ ଲେନ୍ ରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ଫଳରେ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହେବା ସହ ଘର ଭିତରେ ରଖାଯାଇଥିବା ଗୋଟିଏ ସ୍କୁଟି ଓ ଏକ ସାଇକେଲ୍ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରୁ ରକ୍ଷା ପାଇବା ପାଇଁ ଉପର ମହଲାର ଛାତ ଉପରୁ ୩ ଜଣ ବ୍ୟକ୍ତି ତଥା ଘର ମାଲିକ ହରି ବାବୁ, ଶ୍ୟାମସୁନ୍ଦର ରାଓ ଏବଂ ଅନ୍ୟ ଜଣେ ମହିଳା ଡି. ସୁପ୍ରିୟା ଛାତ ଉପରୁ ତଳକୁ ଡେଇଁ ପଡିଥିଲେ । ଫଳରେ ସେମାନେ ଗୁରୁତର ହୋଇଛନ୍ତି । ଗୁରୁତର ୩ ଜଣଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି । ଖବର ପାଇ ବ୍ରହ୍ମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ବଡ଼ବଜାର ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି ।