ଭୁବନେଶ୍ୱର – ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଉଭୟ ଲୋକସେବା ଭବନ ଓ ଖାରବେଳ ଭବନ ଠାରେ ବିଭିନ୍ନ ବିଭାଗ ପକ୍ଷରୁ ଶପଥ ପାଠ କରାଯାଇଛି । ପଂଚାୟତିରାଜ , ଗ୍ରାମ୍ୟ ଉନ୍ନୟନ , ବିଦ୍ୟାଳୟ ଓ ଗଣଶିକ୍ଷା ଆଦି ବିଭାଗର ପ୍ରମୁଖ ଶାସନ ସଚିବମାନେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣର ଶପଥପାଠ କରାଇଛନ୍ତି । ଦୁର୍ନୀତି ନକରିବା ଓ ଏହାକୁ ପ୍ରସ୍ରୟ ନଦେବା ପାଇଁ ସେମାନେ ଶପଥ ପାଠ କରିଥିଲେ ।
ସେହିପରି ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଖାରବେଳ ଭବନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ଶପଥ ପାଠ ଆୟୋଜିତ ହୋଇଥିଲା । ବିଭାଗୀୟ କମିଶନର ତଥା ଶାସନ ସଚିବ ହେମନ୍ତ ଶର୍ମା ଉଭୟ ବିଭାଗର ଅଧିକାରୀ ଏବଂ କର୍ମ·ରୀମାନଙ୍କୁ ଶପଥ ପାଠ କରାଇଥିଲେ । ଦେଶର ଉନ୍ନତି କଳ୍ପେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଦୁର୍ନୀତି ହିଁ ବାଧକ ସାଜି ଥାଏ । ସରକାରୀ, ବେସରକାରୀ ସଂସ୍ଥା ଏବଂ ନାଗରିକମାନଙ୍କର ଉତରଦାୟିତ୍ୱ ରହିଛି । ସମସ୍ତେ ଦୁର୍ନୀତିର ମୂଳପୋଛ କରିବା ଏହାକୁ ସଂପୂର୍ଣ୍ଣ ବିରୋଧ କରିବା ଦିଗରେ ନିଜର କର୍ତବ୍ୟ ସାଧନ କରିବା ଆବଶ୍ୟକ ବୋଲି କମିଶନର ତଥା ଶାସନ ସଚିବ ଶ୍ରୀ ଶର୍ମା ଜଣାଇଥିଲେ ।
ଶିଳ୍ପ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ଯୁଗ୍ମ ଶାସନ ସଚିବ ଶିବ ନାରାୟଣ ସାହୁ, ଉପଶାସନ ସଚିବ ମାନସୀ ମାନ୍ଧାତା ଏବଂ ଉଭୟ ବିଭାଗର ଅଧିକାରୀ ଓ କର୍ମ·ରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।