ମାଲକାନଗିରି, ଜାତୀୟ ଲୋକ ଆଇନ ସେବା ପ୍ରାଧିକରଣ ଓ ରାଜ୍ଯ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ ତଥା ଜିଲ୍ଲା ଦୌରା ଜଜ୍ କୁମାରୀ ରେଖା ପ୍ରସାଦଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୬ ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ବାବଦକୁ ୨୯ ଲକ୍ଷ ୧୫ ହଜାର ଟଙ୍କା ବୀମା କଂପାନୀମାନେ ଦେବା ପାଇଁ ଧାର୍ଯ୍ଯ କରାଯାଇଥିଲା । ସେହି ପରି ଅପରାଧି ମାମଲା ୪ଟି,୨ଟି ପିୟୁପି ତଥା ବିଦ୍ଯୁତକରଣ ମକଦ୍ଦମା ଆଦିର ବିଚାର କରାଯାଇ ୯ ହଜାର ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଥିଲା । ୭ଟି ବୈବାହିକ ମାମଲା ଏନ.ଆଇ ଆକ୍ଟ ୟୁ/ଏସ ୧୩୮୦୩ ଗୋଟିଏ ସହ ଏକ ଲକ୍ଷ ୧୭ ହଜାର ୪୧୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏହା ଛଡା ୧୧ ଟି ଦେୱାନୀ ମାମଲା ଫୈସଲା କରାଯାଇଥିଲା । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ବ ବିଭାଗ ମିଳିତ ଭାବରେ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ,ତହସିଲଦାର ମିଳିତ ଭାବରେ ୧୧,୫୬୩ ଗୋଟି ରାଜସ୍ବ ମାମଲା ବିଚାର କରି ଜରିମାନା ବାବଦରେ ୧୯ଲକ୍ଷ ୬ ହଜାର ୫୧ ଟଙ୍କା ୩୪ ପଇସା ଏବଂ ବନ ଖଣ୍ଡ ଅଧିକାରୀଙ୍କ ଦ୍ବାରା ୩୦ ଗୋଟି ମାମଲାର ବିଚାର କରି ୧୮ ହଜାର ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଥିଲା । ଉକ୍ତ ଅଦାଲତରେ ମାଲକାନଗିରି ଜିଲ୍ଲା ତଥା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ କୁମାରୀ ରେଖା ପ୍ରସାଦ,ଅତି ରିକ୍ତ ଜିଲ୍ଲା ଜଜ୍ ମୋହଲତ ସାହା,ମୁଖ୍ଯ ବିଚାର ବିଭାଗୀୟ ଦଣ୍ଡାଧିକାରୀ ବିଶ୍ବ ରଂଜନ ବେହେରା,ବରିଷ୍ଠ ଦେୱାନୀ ବିଚାରପତି କମଳା କାନ୍ତ ରାଉତ,ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ରାକେଶ କୁମାର ମୁଦୁଲି,ରେଜିଷ୍ଟାର କୃଷ୍ଣ ଚନ୍ଦ୍ର ନାୟକ, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ନିଶାକର ସାହୁ, ଓ ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ରେଖାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମକଦ୍ଦମାଗୁଡିକର ଫୈସଲା କରିଥିଲେ ।