ନୂଆପଡ଼ା, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସିନାପାଲି ମେହେର ସମାଜର ଏକ ସାଧାରଣ ସଭା ଗ୍ରାମ୍ୟ ସମାଜର ସଭାପତି ଚନ୍ଦ୍ର ଶେଖର ମେହେରଙ୍କ ଅଧ୍ଯକ୍ଷ ତାରେ ଅନୁଷ୍ଠିତ ହୋଇଛି। ସଭାରେ ନିଖିଲ ଓଡିଶା ମେହେର ସମାଜ ସଭାପତି ବୈଶମ୍ପାୟନ ମେହେର ଜିଲ୍ଲା ଉପଦେଷ୍ଟା ଡମ୍ୱରୁଧର ମେହେର, ସଂପାଦକ ନବୀନ ଚନ୍ଦ୍ର ମେହେର, ତୁଲସୀରାମ ମେହେର ଉପସ୍ଥିତ ରହି ସମାଜ ସଂସକାର ଏବଂ ସାଂଗଠନିକ ଗଠନମୂଳକ କାର୍ଯ୍ୟ ବିଷୟରେ ଅବଗତ କରିଥିଲେ। ବିଷେଶ କରି ସମାଜର ଯୁବକ ମାନଙ୍କୁ ସମାଜର ସଂସ୍କାର କାର୍ଯ୍ୟରେ ସାମିଲ କରାଗଲେ ଉନ୍ନତି ସମାଜ ଉପରେ ଗଠନ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ମେହେର ଯୁବ ସମାଜ ଗଠନକୁ ଗ୍ରାମ୍ୟ ସମାଜ ସ୍ଵୀକୃତି ଦେଇଥିଲା। ସଭାରେ ପାରମ୍ଭରେ ଗ୍ରାମ୍ୟ କମିଟି ସଂପାଦକ ବୈଷ୍ଣବ ମେହେର ସ୍ୱାଗତ କରିବା ସହ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ସଭାରେ ରୁପେଶ ମେହେର, ଶିବ ପ୍ରସାଦ ମେହେର, ମେଘନାଦ ମେହେର, ତ୍ରିନାଥ ମେହେର ଆଳୋକ ମେହେର, ପରମେଶ୍ୱର ମେହେର, ମନୋରଞ୍ଜନ ମେହେର, ରାଜୁ ମେହେର, ଶ୍ରୀକାନ୍ତ ମେହେର, ସମେତ ସମାଜର ଅନ୍ୟାନ୍ୟ ଲୋକେ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଗ୍ରାମ୍ୟ କମିଟି ସହ ସଂପାଦକ ନିଲାଞ୍ଚଲ ମେହେର ଧନ୍ଯବାଦ ଦେଇଥିଲେ।