ମାଲକାନଗିରି, ଅବି ଭକ୍ତ କୋରାପୁଟ ମାଲକାନଗିରି ଜିଲାର ବରିଷ୍ଠ ସାମ୍ବାଦିକ ତଥା ସମାଜସେବି ସ୍ବର୍ଗତ ସୁଧାକର ଦାଶ ଦେହାନ୍ତ ପରେ ଚିତ୍ରକୋଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ଆଜି ଚିତ୍ରକୋଣ୍ଡା ମାଟି ବନ୍ଧ ଯୋଜନା ଶ୍ରମିକ ସଂଗଠନ ତଥା ମାଲକାନଗିରି ଜିଲା ଉତ୍କଳ ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ୟୁନିଅନ କାର୍ଯ୍ୟାଳୟ ଠାରେ ଏକ ସ୍ତୁତି ସଭା ର ଆୟୋଜନ କରାଯାଇଥିଲା। ଉକ୍ତ ଶ୍ରମିକ ସଂଗଠନ ର ସଭାପତି ବିଦେଶୀ ଗଉଡ଼ ଏବଂ ସମ୍ପାଦକ ଜି ଶ୍ରୀନିବାସ ରାଓ ଯୋଗ ଦେବାସହ ମାଲକାନଗିରି ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯ୍ୟୋଧନ ପାତ୍ର, ସମ୍ପାଦକ ସତ୍ୟ ନାରାୟଣ ଦାସ, ମନୋଜ ମହାନ୍ତି, କିଶୋର କୁମାର ପାଟିକା ସମେତ ଉତ୍କଳ ସାମ୍ବାଦିକ ସଂଘର ଚିତ୍ରକୋଣ୍ଡା ସଦସ୍ୟ ଖିରୋଦ କୁମାର ବେହେରା, ବିଦେଶୀ ଗଉଡ଼, ଅଜୟ ଶିକଦାର, ସୁକୁମାର ସରକାର, ଶିବ ପ୍ରସାଦ ଖରା, ସତ୍ୟବାଦୀ ବେହେରା, ବଳରାମ ଦାସ, ଦିଲୀପ କୁମାର ଆଚାରୀ, ଚିତ୍ରସେନ ନାୟକଙ୍କ ସମେତ ଦେବ ମାଈତି ଏବଂ ସ୍ୱାଭିମାନ ଅଞ୍ଚଳ ରାଲେଗଡା ପଞ୍ଚାୟତ ପୂର୍ବତନ ସରପଞ୍ଚ କମଳୁ ହନ୍ତାଳ ତଥା ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ସ୍ବର୍ଗତ ସୁଧାକର ଦାସଙ୍କ ଫୋଟୋ ଧୂପ ଦୀପ ଲଗାଇ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଶୋକ ସଭା ଏବଂ ସ୍ତୁତି ଚାରଣ କରାଯାଇଥିଲା। ଶ୍ରୀ ଦାସ ୩୧.୧୦.୧୯୫୨ ଭଦ୍ରକ ଜିଲା ଚୁଡ଼ାକୁଟୀର ମାଙ୍କି ଡ଼ିଆ ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ lମାଲକାନଗିରି ଜିଲା ଚିତ୍ରକୋଣ୍ଡା କୁ ଆସିବା ପରେ ପ୍ରଥମେ ବାଲିମେଳା ଡ୍ୟାମ ପ୍ରକଳ୍ପରେ କିଛି ବର୍ଷ କାର୍ଯ୍ୟକରିବା ପରେ ଅବି ଭକ୍ତ କୋରାପୁଟ, ମାଲକାନଗିରି ଜଣେ ଉତ୍ତମ ସାମ୍ବାଦିକ ଭାବରେ ନିଜକୁ ଗଢ଼ି ତୋଳିଥିଲେ। ଚିତ୍ରକୋଣ୍ଡା ଚିତ୍ରଗିରି କଳା ପରିଷଦ ଗଠନ କରି ନାଟକ ଲେଖିବା ସହିତ ନିଜେ ମଧ୍ୟ କଳାକାର ଭାବରେ ଭଲ ଅଭିନୟ ପଦର୍ଶନ କରନ୍ତି। ଧର୍ମ ଜାଗରଣ ଅଭିଯାନ ମଞ୍ଚ ମାଧ୍ୟମରେ ଓଡ଼ିଆ ଭାଷା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାମ କରି ଆସୁଥିଲେ। ଯିବ ଜନ୍ତୁ ପକ୍ଷୀ ମାନଙ୍କୁ ଆଦର କରିବା ସହିତ ଓଡ଼ିଆଙ୍କ ବିଭିର୍ନ ପର୍ବ ପର୍ବାଣି କୁ ପାଳନ କରିବାକୁ ପସନ୍ଦ କରନ୍ତି। ଚିତ୍ରକୋଣ୍ଡା ବ୍ଲକର ବିଭିର୍ନ ସ୍ଥାନରେ ବର ଓ ଓସ୍ତ ଗଛ ମୂଳରେ ୧୦୦ରୁ ଉର୍ଦ୍ଧ ସ୍ଥାନରେ ହନୁମାନ, ଶନି ଏବଂ ଗଣେଶ ସ୍ଥାପନଙ୍କୁ ପୂଜା କରି ଜନସାଧାରଣଙ୍କୁ ଆଦର୍ଶ ଧର୍ମ ମାର୍ଗରେ ପରିଚାଳିତ କରିଛନ୍ତି।
ହିନ୍ଦୁସ୍ଥାନସମାଚାର /ଶିବବ୍ରତ /ଆଦିବାସୀ ଭାଷା ସଂସ୍କୃତି କୁ ମଧ୍ୟ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଥିଲେ। ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି କୁ ଓଡ଼ିଆ ନବ ବର୍ଷ ପାଳନ କରିବା ସହିତ, ଗହ୍ମା ପୂର୍ଣମୀ ରେ ଗାଈ ମାନଙ୍କୁ ପୂଜା କରାଇ ଗହ୍ମା ଡିଆଁ ପାଳନ କରାନ୍ତି। ଓଡିଶାର ମହାପୁରୁଷ ଗୋପବନ୍ଧୁ ଦାସ, ମଧୁସୁଦନ ଭଳି ବହୁ ମହାପୁରୁଷଙ୍କ ପର୍ବ ପାଳନ ସହ ଟିଭି, ରେଡ଼ିଓ ଜନ୍ମ ଦିନ ମଧ୍ୟ ବିଭିର୍ନ ବିଦ୍ୟାଳୟ ତଥା ଗ୍ରାମ ମାନଙ୍କରେ ପାଳନ କରାନ୍ତି ବିଶେଷ କରି କୁକୁର, ମାଙ୍କଡ଼, ଗାଈ ଏବଂ ପକ୍ଷୀ ମାନଙ୍କୁ ଏବଂ ଛୋଟ ପିଲା ମାନଙ୍କୁ ବେଶ ଆଦର କରନ୍ତି l ପ୍ରତେକ କ୍ଷେତ୍ର ଓ ସ୍ଥାନରେ ଭଲ କବିତା ଗାଇବା ଏବଂ ଭଲ ଭାଷଣ ଦେବା ତାଙ୍କର ଏକ ସଉକ ଥିଲା। ତାଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ ବୋଲି ଆଲୋଚନା ହୋଇଥିଲା। ଆଦିବାସୀ ଅଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରଶାର କରିଥିଲେ ତାଙ୍କ ଅନୁପସ୍ଥିତରେ ତାଙ୍କ ନୀତି ଆଦର୍ଶ କୁ ସାମ୍ବାଦିକ ତାକୁ ଅନ୍ୟ ସାମ୍ୱାଦିକ ମାନେ ଅନୁକରଣ କରିବେ ବୋଲି ଆଲୋଚନା କରିବା ସହ ସେ ସମସ୍ତଙ୍କ ପାଇଁ ମହାନ ଓ ଉଦାହରଣ ବୋଲି ମତ ପ୍ରକାଶ ପାଇଥିଲା।