ଭୁବନେଶ୍ୱର ,ସ୍ୱନାମଧନ୍ୟା ସାରସତ୍ୱ ସାଧିକା , ସାଂସ୍କୃତିକ ଏବଂ ବୈାଦ୍ଧିକ ଜଗତର ଜଣେ ଉଜ୍ୱଳ ପ୍ରତିଭା, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଅଧ୍ୟକ୍ଷା , ‘ସମାଜ’ ର ପୂର୍ବତନ ସମ୍ପାଦିକା, ଅଧ୍ୟାପିକା ମନୋରମା ମହାପାତ୍ରଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଉଛି । ଶୋକ ସନ୍ତପ୍ତ ପରିବାର ପ୍ରତି ଆନ୍ତରିକ ସମବେଦନା ଜ୍ଞାପନ କରୁଛି । ମନୋରମାଙ୍କ ମୃତ୍ୟୁରେ ମୁଁ ଗଭୀର ଭାବେ ମର୍ମାହତ । ତାଙ୍କର ମୃତ୍ୟୁ ଓଡିଶାର ସାହିତ୍ୟ, ସଂସ୍କୃତି ଏବଂ ବୈଦ୍ଧିକ ଜଗତ ପାଇଁ ଅପୁରଣୀୟ କ୍ଷତି । ସେ ଥିଲେ ସାମ୍ବାଦିକ ଗୌରବ ପଦ୍ମଶ୍ରୀ ରାଧାନାଥ ରଥଙ୍କ ପ୍ରକୃତ ଦାୟାଦ । ସେ ଏକାଧାରରେ ଜଣେ ବାଗ୍ମୀ, କବୟତ୍ରି ଏବଂ ଲେଖିକା ଇତ୍ୟାଦି ବହୁ ଗୁଣର ଅଧିକାରୀ ଭାବେ ମନୋରମା ମହାପାତ୍ର ଓଡିଶାର ଜନ ମାନସରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ ।