ଭଦ୍ରକ,ଏହି ଜିଲାର ଭଣ୍ଡାରିପୋଖରୀ ଥାନା ପାଟ୍ରୋଲିଂ ପୁଲିସ ଦ୍ବାରା ଗତ ଗୁରୁବାର ୧୬ନଂ ଜାତୀୟ ରାଜପଥରୁ କାବୁ କରାଯାଇଥିବା ଦୁଇ ରାଜପଥ ଳୁଟେରାଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୁଲିସ। ଓଡି ୩୪ କେ ୬୦୪୦ନଂ କଳା ପଲସରରେ ଯାଜପୁର ଜିଲ୍ଲା ଯଖପୁରା ଥାନା ଅଳର ଦେବେନ୍ଦ୍ର ନାୟକ(୨୮) ଓ ଭଦ୍ରକ ବାସୁଦେବପୁର ଥାନା ସବାରପୁର ଅଳର ଏହସାନ ଖାଁ(୨୫) ରାଜପଥରେ ଲୁଟ ଉଦ୍ୟମ କରି ପୁଲିସ ହାତରେ ଧରାପଡିଛନ୍ତି। ଏଥିନେଇ ସୁଶାନ୍ତ ସିଂଙ୍କ ଅଭିେଯାଗ କ୍ରମେ ଥାନା ୨୭୯/୨୧ନଂ ମାମଲା ଋଜୁ କରାଯାଇଛି। ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ, ଦୁଇଟି ମନିପର୍ସ ଓ ନଗଦ ଏଗାର ଶହ ଟଙ୍କା ଜବତ କରିବା ସହ ଲୁଟେରାଙ୍କ ଅପରାଧିକ ଲିଙ୍କ ସµର୍କରେ ସୁରାକ ପାଇଛି ପୁଲିସ। ଯାଜପୁର ଜିଲ୍ଲାର ଯଖପୁରା, ଯାଜପୁରରୋଡ ଆଦି ଥାନା ଅଳର ବହୁ ଡକାୟତି ଓ ଛିନତାଇ ମାମଲାରେ ସଂପୃକ୍ତ ଥିବା ପୁଲିସ ଜାଣିପାରିଛି। ଭଦ୍ରକ ଜିଲ୍ଲାର ଡକାୟତି ଓ ଛିନତାଇ ମାମଲାରେ ସଂପୃକ୍ତି ସµର୍କରେ ଅନୁଧ୍ଯାନ କରାଯାଉଛି ବୋଲି ପୁଲିସ ସୂଚନା ଦେଇଛି।