
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ୨.୫କୋଟି ଟିକା ଦିଆଯାଇସାରିଛି । ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୩୫, ୬୬୨ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
ସକ୍ରିୟ ମାମଲା ସର୍ବମୋଟ ମାମଲାର ୧.୦୨ପ୍ରତିଶତ ଅଟେ ।
ଭାରତରେ ବର୍ତ୍ତମାନ ୩, ୪୦, ୬୩୯ ସକ୍ରିୟ ମାମଲା ରହିଛି ।
ବର୍ତ୍ତମାନ ଆରୋଗ୍ୟ ହାର ୯୭.୬୫ପ୍ରତିଶତ ଅଟେ ।
ଗତ ୨୪ଘଣ୍ଟା ମଧ୍ୟରେ ୩୩,୭୯୮ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୬, ୩୨, ୨୨୨ରୋଗୀ ସୁସ୍ଥ ହୋଇଛନ୍ତି ।ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ପର୍ଯ୍ୟନ୍ତ ୨.୦୨ପ୍ରତିଶତ ଅଟେ, ଯାହା ଗତ ୮୫ଦିନରେ ୩ ପ୍ରତିଶତରୁ କମ୍ ରହିଛି ।
ଦୈନିକ ସଂକ୍ରମଣ ହାର ୨.୪୬ପ୍ରତିଶତ ଅଟେ, ଯାହାକି ଗତ ୧୯ଦିନରେ ୩ ପ୍ରତିଶତରୁ କମ୍ ।